ଦଶପଲ୍ଲା ସ୍ୱାଭିମାନ ମାଟି ରେ ନିଶା ମହାରଣାକୁ ବିରୋଧ !!!

Spread the love

ଦଶପଲ୍ଲା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବିଶ୍ୱ ପ୍ରସିଦ୍ଧ ଐତିହାସିକ ଲଙ୍କାପୋଡି ଯାତ୍ରା ଅବସରରେ , ଦଶପଲ୍ଲା ମାଟିରେ ଆୟୋଜିତ ଯାତ୍ରାକୁ ନିଶା ମହାରଣା ନଆସିବା ପାଇଁ ଥାନାରେ ଲିଖିତ ଅଭିଯୋଗ କଲେ ଯୁବ ସାମ୍ବାଦିକ ଏବଂ ଦଶପଲ୍ଲା ସ୍ୱାଧୀନ ବିଧାୟକ ପାର୍ଥି କାହ୍ନା ନାୟକ ! ଦଶପଲ୍ଲାର ପବିତ୍ର ମାଟିରେ ଲଙ୍ଗୁଳି ନର୍ତ୍ତକୀର କୌଣସି ସ୍ଥାନ ନାହିଁ, ନିଶା ମହାରଣା ଭଳି ଯୁବତୀ ଆସିଲେ ଦଶପଲ୍ଲା ର ସ୍ୱାଭିମାନ,ସଂସ୍କୃତି ଏବଂ ପରମ୍ପରା ପ୍ରତି ଅସମ୍ମାନ ହେବ ବୋଲି ପ୍ରତିକ୍ରିୟା ଦେଇଛନ୍ତି କାହ୍ନା ନାୟକ ! ଦୁଇ ଦିନ ତଳେ ଲଙ୍କାପୋଡ଼ି ମଞ୍ଚରେ ଖୋଦ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଦଶପଲ୍ଲା ମାଟିର ସ୍ୱାଭିମାନ ଐତିହ୍ୟ କଥା କହି ଏହାକୁ ବିଶ୍ୱ ଦରବାର ରେ ପହଞ୍ଚାଇବା ପାଇଁ ଆହ୍ୱାନ ଦେଇଥିଲେ ! ଏପରିକି ମୁଖ୍ୟ ଅତିଥି ତଥା ରାଜ୍ୟ ସରକାର ଙ୍କ ସଂସ୍କୃତି ମନ୍ତ୍ରୀ ମଧ୍ୟ ଦଶପଲ୍ଲା କୁ ଯଶପଲ୍ଲା କହିବା ସହିତ ଦଶପଲ୍ଲା ର ସାଂସ୍କୃତିକ ପୃଷ୍ଠଭୂମି କୁ ବେଶ ପ୍ରଶଂସା କରିଥିଲେ ! ତେବେ ଉଚ୍ଚାରଣ ଏବଂ ଆଚରଣରେ କାହିଁକି ପାର୍ଥକ୍ୟ ! ଦଶପଲ୍ଲା ର ସ୍ୱାଭିମାନ ଦୃଷ୍ଟିରୁ ନିଶା ମହାରଣା ଗସ୍ତକୁ ବନ୍ଦ କରିବା ପାଇଁ ଦଶପଲ୍ଲା ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି !

Leave a Reply

Your email address will not be published. Required fields are marked *