Site icon Awaj Media

ମୃଦୁ ପାନୀୟ ଯୁଗରେ ତଥାପି ରହିଛି ତାଳର ଚାହିଦା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଗ୍ରୀଷ୍ମପ୍ରବାହ ବଢ଼ିଥିବା ବେଳେ ତାପମାତ୍ରା ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।ଲୋକମାନେ ତୃଷା ନିବାରଣ ସକାଶେ ତରଭୁଜ, ଆଖୁରସ ,ଜୁଶ, ଲେମ୍ବୁପାଣି, ଚହ୍ଲା ପ୍ରଭୃତି ମୃଦୁ ପାନୀୟ ବ୍ୟବହାର କରୁଛନ୍ତି ! ବର୍ତ୍ତମାନ ପାରଳାଖେମୁଣ୍ଡି ସହରରେ ବିଭିନ୍ନ ସ୍ଥାନରେ ତାଳ ସଜର ବିକ୍ରିବଟା ହେଉଥିବାର ଦେଖିବାକୁ ମିଳିଛି। ଆଧୁନିକତାରେ ହଜିଯାଇଥିବା ମଣିଷଟି ମୃଦୁ ପାନୀୟକୁ ବ୍ୟବହାର କରୁଥିବା ବେଳେ ତାଳ ସଜକୁ ମଧ୍ୟ ଆପଣେଇଛି। ଲୋକମାନେ ତାଳ ସଜର ମଜା ଉଠାଉଛନ୍ତି। ତାଳରେ ଜଳୀୟ ଅଂଶ ଭରପୁର ମାତ୍ରାରେ ରହି ଥିବା ବେଳେ ପ୍ରୋଟିନ,କାର୍ବୋହାଇଡ୍ରେଡ଼,ଭିଟାମିନ-ସି କ୍ୟାଲସିୟମ ଫସଫରସ, ନାଇସିନ ପ୍ରଭୃତି ପୋଷାକ ତତ୍ତ୍ୱ ଭରପୁର ମାତ୍ରାରେ ରହିଛି।ଏଥିରେ ତେଲ ଓ ଚର୍ବି ଅଂଶ ନ ଥିବାରୁ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ଓ ଡାଇଟରେ ରହୁଥିବା ଲୋକ ମଧ୍ୟ ତାଳ ଖାଇ ପାରିବେ।ବର୍ତ୍ତମାନ ପୋଡ଼ଶୀ ଆନ୍ଧ୍ର ପ୍ରଦେଶରୁ ଆସି ତାଳ ସଜ ବିକ୍ରିବଟା କରୁଛନ୍ତି। ତାଳ ସଜ 20 ରୁ 30 ଟଙ୍କାରେ ବିକ୍ରି ହେଉଛି।ତଥାପି ଲୋକେ ତାଳ ସଜକୁ ଆପଣେଇଛନ୍ତି। ତାଳ ସଜ କିଣିବାରେ ଲୋକଙ୍କ ଭିଡ଼ ଜମୁଛି ।

Exit mobile version