Site icon Awaj Media

ହେଜେକ୍ସ ଫଣ୍ଡ ର ୧୩୯ କୋଟି ଟଙ୍କା ଠକେଇ ନେଇ ଅର୍ଥନୈତିକ ଅପରାଧ ଶାଖାର ଦ୍ୱାରସ୍ତ ହେଲେ କ୍ଷତିଗ୍ରସ୍ତ ଲୋକେ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ହେଜେକ୍ସ ଫଣ୍ଡ ଦ୍ଵାରା ଓଡ଼ିଶାରୁ ୧୩୯ କୋଟି ଟଙ୍କା ଠକେଇ ଘଟଣାର ନ୍ୟାୟିକ ତଦନ୍ତ ପାଇଁ ଅର୍ଥନୈତିକ ଅପରାଧ ଶାଖାର ଦ୍ୱାରସ୍ତ ହେଲେ କ୍ଷତିଗ୍ରସ୍ତ ଲୋକେ ! ମିନିଷ୍ଟ୍ରି ଅଫ କର୍ପୋରେଟ ଆଫେୟାର୍ସ ରୁ ପଂଜୀକରଣ କରାଇ ଦିନେଶ କୁମାର ଜୈନ , କୁଲଦୀପ ସିଂହ ପନ୍ଵର ସଂସ୍ଥା ଆରମ୍ଭ କରିଥିବା ସମୟରେ , କଟକର ପ୍ରଦୀପ କୁମାର ରାଉତ, ରବୀନ୍ଦ୍ର କୁମାର ପାତ୍ର, ପ୍ରମୋଦ କୁମାର ଭୋଳ, ଦିଲ୍ଲୀପ କୁମାର ବିଶ୍ବାଳ, ଭୁବନେଶ୍ଵର ର ମଧୁସୂଦନ ପାତ୍ର , ସାରଦା ଦାସ, ସୁଧୀର ମାରାଣ୍ଡି ପ୍ରଲୋଭନ ଦେଖାଇ କଟକ, ପୁରୀ, ଭୁବନେଶ୍ୱରରେ ଥିବା ତାରକା ହୋଟେଲରେ ମିଟିଙ୍ଗ କରି ବେକାର ଯୁବକ ଯୁବତୀଙ୍କୁ ଫିକ୍ସ ଇନକମ ଦେବାକୁ କହି ଅଭିନବ ଉପାୟରେ ଟ୍ରେଡିଂ କରିବାକୁ କହି ପାଖାପାଖି ୧୩୯ କୋଟି ଟଙ୍କା ଠକିନେଇ ଆଉ ଧରା ଛୁଆଁ ଦେଉନଥିବା ଅଭିଯୋଗ ଆସିଛି ! କେବଳ ଯେ ଓଡ଼ିଶାରେ ଟ୍ରେଡିଂ ନାଁରେ ଠକେଇ ହୋଇଛି ତାହାନୁହେଁ ଆସାମ , ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ୱେଷ୍ଟ ବେଙ୍ଗଲ ରେ ମଧ୍ୟ ସମାନ ଭାବରେ ଠକେଇ ହୋଇଥିବାର ପର୍ଦ୍ଦାଫାଶ ହୋଇଛି । ୟୁଟ୍ୟୁବ ଓ ହ୍ଵାଟ୍ସଆପ ମାଧ୍ୟମରେ ଦିନେଶ କୁମାର ଜୈନ, କୁଲଦୀପ ସିଂହ ପନ୍ୱର, ପ୍ରଦୀପ କୁମାର ରାଉତ , ମଧୁସୂଦନ ପାତ୍ର କିପରି ଭାବେ ବିଭିନ୍ନ ତାରକା ହୋଟେଲରେ ମିଟିଙ୍ଗ କରି ମିଳିତ ଭାବେ ମୁଖ୍ୟ ପ୍ରମୋଟର ଭାବେ ଏହି କମ୍ପାନୀକୁ ଇନଭେଷ୍ଟର ଆଉ ବେକାର ଯୁବକ ଯୁବତୀଙ୍କୁ ମାସିକ ଫିକ୍ସ ଇନକମ ର ପ୍ରଲୋଭନ ଦେଖାଇ ଶେଷରେ ୱେବ ସାଇଟ ବନ୍ଦ କରି ପୁଣି ଏକ କମ୍ପାନୀ ଗଢି ସେୟାର ନିବେଶ କରିବାକୁ ବାଧ୍ୟ କରୁଛନ୍ତି । କଟକ, ପୁରୀ, ଭୁବନେଶ୍ୱର, ବାଲେଶ୍ଵର, କୋରାପୁଟର ୧୨ ହଜାର ରୁ ଅଧିକ ନିରୀହ ଜନସାଧାରଣ ଠକାମୀ ର ଶୀକାର ହୋଇଥିବା ସମୟରେ ସେମାନଙ୍କୁ ଧରିବା ଏବଂ ମୂଳଧନ ଫେରି ପାଇବା ସହ ସରକାର ଏଥିରେ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଛନ୍ତି କ୍ଷତିଗ୍ରସ୍ତ ଲୋକେ !

Exit mobile version