Site icon Awaj Media

କୃଷ୍ଣ ଚୂଡ଼ା ଫୁଲର ଲାଲ ରଙ୍ଗ ପଥିକକୁ ବିମୋହିତ କରୁଛି !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଉତ୍ତପ୍ତ ବୈଶାଖରେ ତାର ଜନ୍ମ , ସେ ବୈଶାଖରେ ତରୁଣ ହୋଇ ପ୍ରେମ କରେ ନିଦାଘକୁ । ଗାଁ ରାସ୍ତା ରୁ ଜାତୀୟ ରାଜ ପଥ ତା ଅକ୍ତିଆରରେ ଥାଏ । ପ୍ରଚଣ୍ଡ ଗ୍ରୀଷ୍ମର ତାତି ରେ ତାର ରକ୍ତିମ ଆଭା ବିମୋହିତ କରେ ସମସ୍ତ ଙ୍କୁ ! ସତେ ଯେମିତି ତୃଷ୍ଣା ମେଣ୍ଟି ଯାଉଛି । ଏହି କୃଷ୍ଣ ଚୂଡ଼ାକୁ ନେଇ କାହାର କେତେ କଳ୍ପନା , କବି ମନ ଆନ ମନା । କୃଷ୍ଣ ଚୂଡ଼ା ଏବଂ ତାର ରଙ୍ଗ ଭିନ୍ନ ଏବଂ ନିଆରା, ପ୍ରେମରେ ଭକ୍ତିରେ ସ୍ନେହରେ ସମସ୍ତଙ୍କୁ ଆପଣେଇ ନେବାରେ ସତେ ଯେମିତି ଏହି କୃଷ୍ଣ ଚୂଡ଼ାର ଜନ୍ମ । କୃଷ୍ଣ ଚୂଡ଼ା କବି ର ପ୍ରାଣକୁ ଆନ୍ଦୋଳିତ କରିବା ପାଇଁ ଏକ ସୁନ୍ଦର ଫୁଲ ଟିଏ । ବୈଶାଖ ର ତାତିରେ କୃଷ୍ଣ ଚୂଡ଼ା ଆହୁରି ଲାଲ ହୋଇ ଚାରିଆଡେ ବିଛାଡି ହୋଇ ପଡି , ତାର ସୌନ୍ଦର୍ଯ୍ୟ ଓ ରୂପରେ ଏହି ଜଗତକୁ ବିମୋହିତ କରିଦେଉଛି । ଦିନ ବଢିବା ସହ ଖରାରେ ଖିଲି ଖିଲି ହୋଇ ହସୁଛି କୃଷ୍ଣ ଚୂଡ଼ା ! ପ୍ରଚଣ୍ଡ ଖରାରେ ସେ ଆସିଛି ନାଲି ଟୁକୁଟୁକୁ ସାଧବ ବୋହୁ ଭଳି । ଅନ୍ୟ ଫୁଲ ଭଳି ତା ଭାଗ୍ୟରେ ନାହିଁ ଭଗବାନଙ୍କ ଚରଣରେ ଲାଗିବା ପାଇଁ । କିନ୍ତୁ ଆଶ୍ଚର୍ଯ୍ୟ କଥା ତା ନା ସହ ଈଶ୍ୱରଙ୍କ ର ନାମ ଯୋଡି ଦିଆଯାଇଛି । ବାସ୍ତବିକ ପ୍ରକୃତିର ଏକ ଅନନ୍ୟ ଉପହାର ହେଉଛି ଏହି କୃଷ୍ଣ ଚୂଡ଼ା । ତାର ରଙ୍ଗରେ ରୂପରେ ସମସ୍ତଙ୍କୁ ଆପଣାର କରିଥାଏ ।

Exit mobile version