Site icon Awaj Media

ତାଳଚେର ଓକିଲ ସଂଘ ପକ୍ଷରୁ ଓକିଲ ଦିବସ ଓ ମଧୁବାବୁ ଜୟନ୍ତୀ ପାଳିତ !!!

Spread the love

ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : ତାଳଚେର ଓକିଲ ସଂଘ ପକ୍ଷରୁ ମଧୁବାବଙ୍କ ଜୟନ୍ତି ଅବସରରେ ମଧୁବାବୁ ଜୟନ୍ତୀ ପାଳନ କରିବା ସହିତ ଓକିଲ ଦିବସ ମଧ୍ୟ ପାଳନ କରାଯାଇଛି । ଓକିଲ ସଂଘର ସଭାପତି ସନ୍ତୋଷ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଜର୍ଜ (A D J), ସତ୍ୟ ନାରାୟଣ କର ଯୋଗଦେଇ ମଧୁ ବାବୁ ଙ୍କ ଜୀବନୀ ଆଦର୍ଶ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରିବା ସହିତ ଓକିଲ ଦିବସ ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଆଡିସିନାଲ ସିଭିଲ ଜଜ୍ ମଧୁସ୍ମିତା ଜେନା ଏବଂ ଜେ,ଏମ,ଏଫ,ସି ,କ୍ରୀଷ୍ଣା ସୁବୁଦ୍ଧି ଓ ତାଳଚେର ଉପ ଜିଲ୍ଲାପାଳ ସମୀର କୁମାର ଜେନା ଯୋଗ ଦେଇ ଓଡ଼ିଶାର ନିର୍ମାତା ଓ ଓଡିଆ ଜାତିର ଉନ୍ନତି ପାଇଁ ମଧୁବାବୁ ଙ୍କ ଅବଦାନ ସମ୍ପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ଓକିଲ ସଂଘର ସାଧାରଣ ସମ୍ପାଦକ ମାନସ ରଞ୍ଜନ ବାଇ , ଉପ ସଭାପତି ପ୍ରମୋଦ ଚନ୍ଦ୍ର ପ୍ରଧାନ, ଅନ୍ୟ ସମସ୍ତ କର୍ମକର୍ତା , ସରକାରୀ ଓକିଲ ଗିରିଜା ଶଙ୍କର ମିଶ୍ର , ବରିଷ୍ଟ ଆଇନଜୀବି ଯଦୁମଣି ସାହୁ , ହରେକୃଷ୍ଣ ପାତ୍ର , ସର୍ଦାର ରାଜେନ୍ଦ୍ର ସିଙ୍ଗ, ଅଜୟ କୁମାର ମିଶ୍ର, ରବି ବାରିକ , ପ୍ରମୁଖଙ୍କ ସମେତ ବହୁ ବରିଷ୍ଠ ଆଇନଜୀବି ଉପସ୍ଥିତ ରହି ସ୍ବର୍ଗତ ମଧୁବାବୁଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।।

Exit mobile version