Site icon Awaj Media

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସୁକିନ୍ଦାରେ ମଶାଲ ପଦଯାତ୍ରା ଅନୁଷ୍ଠିତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ପହଲଗାମ ରେ ଆତଙ୍କବାଦିଙ୍କ ଆକ୍ରମଣ ବିରୋଧରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସୁକିନ୍ଦାରେ ମଶାଲ ପଦଯାତ୍ରା ଅନୁଷ୍ଠିତ ! ଜାମୁ କାଶ୍ମୀର ପହଲଗାମରେ ଆତଙ୍କବାଦିଙ୍କ ନରସଂହାର ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସୁକିନ୍ଦାରେ ମଶାଲ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପହଲଗାମରେ ଆତଙ୍କବାଦିଙ୍କ ବର୍ବର କାଣ୍ଡରେ ଓଡ଼ିଶା ସମେତ ବିଭିନ୍ନ ସ୍ଥାନର ୨୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିବା ଘଟଣା ସାରା ଦେଶରେ ଏବେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତ ପର୍ଯ୍ୟଟକଙ୍କ ମଧ୍ୟରେ ଜଣେ ଓଡିଶା ବାଲେଶ୍ଵର ଅଞ୍ଚଳର ପ୍ରଶାନ୍ତ ଶତପଥୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ସମଗ୍ର ବିଶ୍ଵରେ ଏବେ ନିନ୍ଦା ଜାରୀ ରହିଛି । ଏହା ବିରୋଧରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସୁକିନ୍ଦାରେ ମଶାଲ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଘଟଣାରେ ଜଡ଼ିତ ସମସ୍ତ ଆତଙ୍କବାଦୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦେଶ ବ୍ୟାପୀ ଆନ୍ଦୋଳନ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ସୁକିନ୍ଦାରେ ଅନୁଷ୍ଠିତ ମଶାଲ ଶୋଭାଯାତ୍ରାରେ ବିଜେପିର ଶତାଧିକ କର୍ମୀ ଯୋଗଦେଇ ଘଟଣାର ବିରୋଧ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବମୋର୍ଚ୍ଚା ସଭାପତି ବିଶ୍ୱଜିତ୍ ରାଜ, ରମଣୀ ରଂଜନ ବଳସାମନ୍ତ, ସବ୍ୟସାଚୀ ବଳସାମନ୍ତ, ମାନସ ମହାନ୍ତି, ରବୀନ୍ଦ୍ର ପୁହାଣ,ପ୍ରକାଶ ବେହୁରା, ଜିତେନ୍ଦ୍ର ବେହୁରା, ଯାତ୍ରାକର ଜେନା, ଦୀପକ ଦେଓ, ଶୁଭକାନ୍ତ ମହାନ୍ତି, ସ୍ଵପ୍ନଜିତ ବେହୁରା, ସୋମ୍ୟଜିତ ବେହୁରା,କହ୍ନେଇ ନାୟକ, ସଂଗ୍ରାମ ମହାପାତ୍ର, ଶିବାନନ୍ଦ ସାହୁ, ସନ୍ତୋଷ ରଣାଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

Exit mobile version