Site icon Awaj Media

ନୟାଗଡ ସାମ୍ବାଦିକ ଭବନ ସଭାଗୃହ ଶୁଭ ଉଦଘାଟନ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ ସାମ୍ବାଦିକ ଭବନ ସଭାଗୃହ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ନୟାଗଡ଼ ଏସଡିପିଓ ଜ୍ୟୋତି ରଞ୍ଜନ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ । ଅତିଥିଙ୍କ ଦ୍ଵାରା ସଭା ଗୃହ ଉଦଘାଟନ କରାଯାଇଥିଲା । ଏହି ଅବସରରେ ସାମ୍ବାଦିକ ସଂଘ ସଭାପତି ବୈଦ୍ୟ ଭୂଷଣ ମହାପାତ୍ରଙ୍କ ଆବାହକତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ସଭାପତି ସ୍ବାଗତ ଅଭିଭାଷଣ ରଖିବା ସହ ନୟାଗଡ଼ ବିଧାୟକଙ୍କ ସହଯୋଗ ରେ ଏହା ସମ୍ଭବ ହୋଇପାରିଛି ବୋଲି କହିଥିଲେ । ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଖଟେଇ ସାମ୍ବାଦିକଙ୍କ ସମସ୍ୟା ଉପରେ ଆଲୋଚନା କରିବା ସହ ସୁସ୍ଥ ପରିବେଶ ଭଲ ଖବର ପ୍ରସ୍ତୁତ କରିବାରେ ସହାୟକ ହୋଇପାରିବ ବୋଲି କହିଥିଲେ । ଏସଡିପିଓ ତାଙ୍କ ବକ୍ତବ୍ୟରେ ସାମ୍ବାଦିକ ଓ ପୁଲିସ ଭୂମିକା ଉପରେ ଆଲୋକପାତ କରିଥିଲେ । ଉଭୟଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ନିହାତି ରହିବା ଆବଶ୍ୟକ ବୋଲି କହିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ତାଙ୍କ ବକ୍ତବ୍ୟରେ ଗଣତନ୍ତ୍ର ପାଇଁ ଗଣମାଧ୍ୟମ ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି କହିଥିଲେ । ଦଶପଲ୍ଲା ବିଧାୟକ ତାଙ୍କ ବକ୍ତବ୍ୟରେ ସାମ୍ବାଦିକଙ୍କ ନିଷ୍ଠା ଓ ପରିଶ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ସୋସିଆଲ ମିଡିଆ ଆର୍ବିଭାବ ସାମ୍ବାଦିକତାକୁ ନୂଆ ଦିଗ ଦେଇଛି ବୋଲି କହିଥିଲେ । ଖବରକାଗଜ ପ୍ରତି ଆଗ୍ରହ କମୁଛି ବୋଲି କହିଥିଲେ । ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସାମ୍ବାଦିକ ଭବନ କାର୍ଯ୍ୟକାରୀ ସମ୍ପାଦକ ଅନୀଲ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଭବନ ଉପଦେଷ୍ଟା ଶ୍ରୀକାନ୍ତ ଖଟେଇ, କୋଷାଧ୍ୟକ୍ଷ ବିଶ୍ୱଜିତ୍ ନାୟକ, କାର୍ଯ୍ୟକାରିଣୀ ସଦସ୍ୟ କ୍ଷୀରୋଦ ପଟ୍ଟନାୟକ, ସଞ୍ଜୟ କୁମାର ସ୍ବାଇଁ, ପ୍ରଶାନ୍ତ ଜେନା, ରଜତ ପଟ୍ଟନାୟକ, ଅନ୍ୱୱାର ଅଲ୍ଲୀ, ରବୀନ୍ଦ୍ର ଦାଶ, ନିହାର ପଟ୍ଟନାୟକ, ବିଭୂତି ଭୂଷଣ ସ୍ବାଇଁ, ସ୍ୱରୂପ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ । ଜିଲ୍ଲା ଓ ବ୍ଲକ ସ୍ତରରେ କାର୍ଯ୍ୟରତ ଅନେକ ସାମ୍ବାଦିକ ଯୋଗ ଦେଇଥିଲେ ।

Exit mobile version