Site icon Awaj Media

ବାବା ଲୋକନାଥ ହିନ୍ଦୁସ୍ଥାନ କୋକାକୋଲା ଠିକା ଶ୍ରମିକ ସଙ୍ଘ ତରଫରୁ ଶ୍ରମିକ ଦିବସ ପାଳନ !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମୀର ସୁନ୍ଦରାୟ : ଅନ୍ତର୍ଜାତୀୟ ଶ୍ରମିକ ଦିବସ ଉପଲକ୍ଷେ ବେଗୁନିଆ ବ୍ଲକ ଅନ୍ତର୍ଗତ ଅଟ୍ରି ଉଷ୍ମପ୍ରସବଣ ଠାରେ ବାବା ଲୋକନାଥ ହିନ୍ଦୁସ୍ଥାନ କୋକାକୋଲା ଠିକା ଶ୍ରମିକ ସଙ୍ଘ ତରଫରୁ ଶ୍ରମିକ ଦିବସ ପାଳନ ହୋଇଯାଇଛି l ସଙ୍ଘର ସଭାପତି ମନ୍ମଥ କୁମାର ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା ସଭାରେ ଶ୍ରମିକ ମାନେ କିପରି ନିଜର ନାଯ୍ୟ ଦାବି ପାଇବେ, ଉପଯୁକ୍ତ ମଜୁରୀ ନିର୍ଦ୍ଧାରିତ ସମୟ ମଧ୍ୟରେ ପାଇବ, ଶ୍ରମିକ ମାନେ ଉପରିସ୍ଥ କର୍ମଚାରୀଙ୍କ ଠାରୁ ଚାପ ମୁକ୍ତ ହୋଇ କର୍ମ କରିବେ ଏବଂ କାର୍ଯ୍ୟରତ ଶ୍ରମିକ ଦୁର୍ଘଟଣାର ଶିକାର ହେଲେ ସେମାନଙ୍କୁ ଅବା ସେମାନଙ୍କ ପରିବାରକୁ କେଉଁ କେଉଁ ମୌଳିକ ସୁବିଧା ସବୁ ମିଳିବ ସେ ବିଷୟରେ ବିଷଦ ଭାବରେ ଆଲୋଚନା ହୋଇଥିଲା l ଅନୁଷ୍ଠାନର ଉପଦେଷ୍ଠା ରାହାସ ବିହାରୀ ନରେନ୍ଦ୍ର ଏବଂ ସୁନୀଲ କୁମାର ପଟ୍ଟନାୟକ, ଉପସଭାପତି ରବୀନ୍ଦ୍ର କୁମାର ଦାସ ଏବଂ ବିଷ୍ଣୁ ଦାସ, ସାଧାରରଣ ସମ୍ପାଦକ ରସିଦ ଖାନ, ଏବଂ କୋଷାଧକ୍ଷ ଜଗନ୍ନାଥ ପ୍ରଧାନ ପ୍ରମୁଖ ସଭାରେ ଉପସ୍ଥିତ ରହି ଶ୍ରମିକ ମାନଙ୍କର ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ l ପରିଶେଷରେ ଅନୁଷ୍ଠାନର ସହ ସମ୍ପାଦକ ବାସୁଦେବ ଖାଡଙ୍ଗା ଧନ୍ୟବାଦ ଅର୍ପଣ କରିଥିଲେ l

Exit mobile version