Site icon Awaj Media

ବଡମ୍ବା ବ୍ଲକ ସମ୍ମିଳନୀ କକ୍ଷ ରେ ଅଷ୍ଟମ ସାଧାରଣ ଅଧିବେଶନ ଅନୁଷ୍ଠିତ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : ବଡମ୍ବା ବ୍ଲକ ସମ୍ମିଳନୀ କକ୍ଷ ରେ ଅଷ୍ଟମ ସାଧାରଣ ଅଧିବେଶନ ଅନୁଷ୍ଠିତ ! ପଞ୍ଚାୟତ ସମିତି ଅଧକ୍ଷ ରଘୁପତି ମହାନ୍ତି ଙ୍କ ପୌରହିତ ରେ ଅନୁଷ୍ଠିତ ଏହି ସାଧାରଣ ଅଧିବେଶନ ରେ ମୁଖ୍ୟ ଅତିଥି ରୂପେ ବଡମ୍ବା ବିଧାୟକ ବିଜୟ କୁମାର ଡାଲବେହେରା ଯୋଗ ଦେଇଥିଲେ । ଅଧିବେଶନ ରେ ସାଂସଦ ଙ୍କ ପ୍ରତିନିଧି ଦୀପକ କୁମାର ସାହୁ, ବିଡ଼ିଓ ଚିତ୍ତ ରଞ୍ଜନ ଦାସ, ଉପାଧ୍ୟକ୍ଷା ସ୍ବର୍ଣ୍ଣଲତା ବେହେରା, ୩୦ନମ୍ବର ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ର କୁମାର ସାହୁ, ୩୧ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ନୟନା ସାହୁ, ସହକାରୀ ଯନ୍ତ୍ରୀ ସତ୍ୟ ନାରାୟଣ ପଣ୍ଡା, ଜିପିଓ ସଞ୍ଜୟ କୁମାର ସାହୁ, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରିଣୀ ଅଭିପ୍ସ। ସ୍ୱାଇଁ, CDPO ସ୍ୱପ୍ନାରାଣୀ ପଣ୍ଡା ପ୍ରମୁଖ ମଂଚାସୀନ ଥିବା ବେଳେ ବଡମ୍ବା ବ୍ଲକ ର ୩୮ ଗୋଟି ପଞ୍ଚାୟତ ର ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ବ୍ଲକ ର ସମସ୍ତ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ । ବୈଠକରେ ମୁଖ୍ୟତଃ ପାନୀୟ ଜଳ ବ୍ୟବସ୍ଥା , ଖାଦ୍ୟ ସୁରକ୍ଷା , ଭତା, ଆମ ଗାଁ ଆମ ବିକାଶ ଉପରେ ପୁଙ୍ଖାନୁପୁଙ୍ଖେ ଆଲୋଚନା କରାଯାଇଥିଲା । ବିଭିନ୍ନ ପଂଚାୟତ ରୁ ଆସିଥିବା ଜନପ୍ରତିନିଧି ମାନେ ନିଜ ନିଜ ଅଞ୍ଚଳ ର ସମସ୍ୟା ଉପରେ ମତ ବ୍ୟକ୍ତ ପ୍ରକାଶ କରିଥିଲେ । ବଡ଼ ଦୁଃଖ ପରିତାପର ବିଷୟଯେ ପ୍ରତ୍ୟକ ପଂଚାୟତ ସମିତି ବୈଠକ ରେ କେବଳ ପାନୀୟ ଜଳ ସମସ୍ୟା, ଖାଦ୍ୟ ସୁରକ୍ଷା ବ୍ୟବସ୍ଥା, ୮୦ ବର୍ଷ ରୁ ଉର୍ଦ୍ଧ ନାଗରିକ ସରକାର ଙ୍କ ଧର୍ଯ୍ୟ ଭତା କିଭଳି ପାଇବେ ଜନ ପ୍ରତିନିଧି ମାନେ ଅଭିଯୋଗ କରିଥିଲେ । ଏନେଇ ପାଣି ସମସ୍ୟା ଉପରେ ବିଧାୟକ ଯେଉଁ ପାନୀୟ ଜଳ ବ୍ୟବସ୍ଥା l&T ଠିକା ସଂସ୍ଥା ସଠିକ ଢଙ୍ଗ ରେ ପାନୀୟ ଜଳ ଯୋଗାଣ ସଠିକ ଢଙ୍ଗରେ କାର୍ଯ୍ୟ କରିନଥିବାରୁ ଉକ୍ତ ଠିକା ସଂସ୍ଥା ଉପରେ ଏକ ଲକ୍ଷ ଟଙ୍କା ଜୋରିମନା କରିବା ପରେ ଠିକା ସଂସ୍ଥା ଏବେ ସଠିକ ଢଙ୍ଗ ରେ କାମକରି ୮୧ଟି ରାଜସ୍ୱ ଗ୍ରାମକୁ ପାନୀୟ ଜଳ ଯୋଗାଣ ସମ୍ଭବ ହୋଇପାରିଛି। ଆଉ ଯେଉଁ ରାଜସ୍ୱ ଗ୍ରାମଗୁଡିକରେ ପାନୀୟ ଜଳ ପହଞ୍ଚି ପାରିନାହିଁ ସେ ସବୁ ଗ୍ରାମ ଗୁଡିକରେ ଖୁବ ଶୀଘ୍ର ପାନୀୟ ଜଳ କରାଯିବ ବୋଲି ବିଧାୟକ କହିଥିଲେ। ଯେଉଁ ଗ୍ରାମ ଗୁଡିକ ରେ ପାନୀୟ ଜଳ ପହଂଚି ପାରୁନାହିଁ ସେଥିପାଇଁ ତିନୋଟି ପର୍ଯ୍ୟୟ ରେ ୩୦୦ ଶହ ନଳକୂପ ସ୍ଥାପନ କରାଯିବା ନେଇ ବ୍ୟବସ୍ଥା କରାଯାଇଛି। ଖାଦ୍ୟ ସୁରକ୍ଷା ଉପରେ ଯେଉଁ ଅଭିଯୋଗ ଆସୁଛି ତାହା ଖୁବ ଶୀଘ୍ର ସମାଧାନ କରାଯିବା ନେଇ ଆଲୋଚନା ହୋଇଥିଲେ। ବିଭିନ୍ନ ପଂଚାୟତ ରେ ଯେଉଁ ସବୁ ଉନ୍ନତି ମୂଳକ କାର୍ଯ୍ୟ ବନ୍ଦ ରହିଛି ତାହାକୁ ଶୀଘ୍ର କାମ ସାରିବା ପାଇଁ ସମସ୍ତ ଅଧିକାରୀ ଓ ସରପଞ୍ଚ ମାନଙ୍କୁ ନିର୍ଦେଶ ଦେଇଛନ୍ତି ଅଧକ୍ଷ ରଘୁପତି ମହାନ୍ତି। ସର୍ବ ଶେଷରେ ଅଧ୍ୟକ୍ଷ ଶ୍ରୀ ମହାନ୍ତି ଉପସ୍ଥିତ ଜନପ୍ରତିନିଧି, ସରକାରୀ ଅଧିକାରୀ ମାନଙ୍କୁ କୃତଜ୍ଞତା ଜଣାଇ ସଭା ସାଙ୍ଗ କରିଥିଲେ।

Exit mobile version