Site icon Awaj Media

କାଜୁ ରପ୍ତାନୀ, ପ୍ରୋତ୍ସାହନ ଏଵଂ ମାର୍କେଟିଂ କର୍ମଶାଳା ଶିବିର ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡ଼ିଶା ସରକାର ସୂକ୍ଷ୍ମ, କ୍ଷୁଦ୍ର ଏଵଂ ମଧ୍ୟମ ଉଦ୍ୟୋଗ ବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଆଜି କାଜୁ ରପ୍ତାନୀ,ପ୍ରୋତ୍ସାହନ ଏଵଂ ମାର୍କେଟିଂ କର୍ମଶାଳା ଶିବିର ଗଜପତି ଜିଲ୍ଲା ସଦର ମହକୁମା ସ୍ଥିତ ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନର ସଭାଗୃହ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି। ଏହି କର୍ମଶାଳା ଶିବିରରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଅଶୋକ କୁମାର ବେହେରା, ନିର୍ଦ୍ଦେଶକ,ସୂକ୍ଷ୍ମ, କ୍ଷୁଦ୍ର ଏଵଂ ମଧ୍ୟମ ଉଦ୍ୟୋଗ ବିଭାଗ, ଓଡ଼ିଶା, ଶ୍ରୀ କମଳ ଜିତ ଦାସ, ଯୁଗ୍ମ ସଚିବ,ସୂକ୍ଷ୍ମ, କ୍ଷୁଦ୍ର ଏଵଂ ମଧ୍ୟମ ଉଦ୍ୟୋଗ ବିଭାଗ, ଓଡ଼ିଶା, ଶ୍ରୀ କମଳ କାନ୍ତ ସାହୁ, ମୁଖ୍ୟ ଭାରତୀୟ ରପ୍ତାନି ସଂଗଠନ ଫେଡେରେସନ୍ ,ଓଡ଼ିଶା , ଶ୍ରୀ ସଞ୍ଜୟ କୁମାର ପ୍ରଧାନ, ସିଇଓ , ୟୁଲଟ୍ରା ବାଣିଜ୍ୟ ଓ ଯୋଗାଯୋଗ ଓଡ଼ିଶା ,ଶ୍ରୀ ନୀତେଶ ମହାନ୍ତି, ସହକାରୀ ସାଧାରଣ ପରିଚଳନ, ୟୁକୋ ବ୍ୟାଙ୍କ , ଶ୍ରୀ ସୁନାରାମ ସିଂ, ଜିଲ୍ଲା ସାଧାରଣ ପରିଚାଳନ,ସୂକ୍ଷ୍ମ, କ୍ଷୁଦ୍ର ଏଵଂ ମଧ୍ୟମ ଉଦ୍ୟୋଗ ବିଭାଗ, ଗଜପତି ଓ ଶ୍ରୀ ପ୍ରଣବ କୁମାର, ବ୍ରାଞ୍ଚ ପରିଚାଳକ ପ୍ରମୁଖ ମଞ୍ଚାସିନ ଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ ଯେ ଏହି କର୍ମଶାଳା ମାଧ୍ଯମରେ ଗଜପତି ଜିଲ୍ଲାର ଛୋଟ ଛୋଟ ବ୍ୟବସାୟୀଙ୍କୁ ଉତ୍ସାହିତ କରିବା ସହ କାଜୁ ବ୍ୟବସାୟୀଙ୍କ ରପ୍ତାନୀ କରିବାପାଇଁ ସଚେତନତା ସୃଷ୍ଟି କରିବା ।ଜିଲ୍ଲାରେ କାଜୁ ବହୁତ ଉତ୍ପାଦନ କରାଯାଉଅଛି। କାଜୁ ବାହାର ରାଜ୍ୟ ଓ ବିଦେଶରେ ମଧ୍ଯ ରପ୍ତାନୀ କରାଯାଉଅଛି, ଏଣୁ ଏହି କର୍ମଶାଳା ମାଧ୍ଯମରେ ଜନ ସାଧାରଣ ସଚେତନତା ହୋଇ ଅଧିକରୁ ଅଧିକ ଉତ୍ପାଦନ ଲାଭକାରୀ ହୋଇ ପାରିବେ। ସେହିପରି ରାଜ୍ୟ ସରକାର ରପ୍ତାନୀ,ପ୍ରୋତ୍ସାହନ ଏବଂ ମାର୍କେଟିଂ କ୍ଷେତ୍ରରେ ବହୁତ ଗୁରୁତ୍ଵ ଦେଉଛନ୍ତି। ଜିଲ୍ଲାରେ କାଜୁ ବ୍ୟତୀତ ସଫୁରୀ, ପଣସ, ଆମ୍ବ,ଅମୃତ ଭଣ୍ଡା ଓ ଗୋଲ ମରିଚ ଇତ୍ୟାଦି ବିଭିନ୍ନ ଜାଗାକୁ ରପ୍ତାନୀ କରାଯାଉଅଛି। ଆଗାମୀ ବର୍ଷା ଋତୁରେ ୨୦ ହାଜରରୁ ଉର୍ଦ୍ଧ କଫିଗଛ ଲଗାଯିବ। ସେହିପରି ଜିଲ୍ଲାର ସମସ୍ତ କୃଷି ଭାଇ ଭଉଣୀ ମାନେ ଅଧିକରୁ ଅଧିକ ଚାଷ କରି ଅର୍ଥ ଉପାର୍ଜନ କରିବା ସହିତ ସଚେତନତା ସୃଷ୍ଟି କରାଇଥିଲେ। ପରେ ସୂକ୍ଷ୍ମ, କ୍ଷୁଦ୍ର ଏଵଂ ମଧ୍ୟମ ଉଦ୍ୟୋଗ ବିଭାଗ, ଓଡ଼ିଶା ପକ୍ଷରୁ ଏକ ଫାମ୍ପଲେଟ ଜିଲ୍ଲାପାଳଙ୍କ ଦ୍ୱାରା ଉନ୍ମୋଚିତ କରା ଯାଇଛି।ପରେ କର୍ମଶାଳାରେ କାଜୁ ରପ୍ତାନୀ ଓ ବ୍ୟବସାୟ କ୍ଷେତ୍ରରେ ସଫୁରି, ଆମ୍ବ, ପଣସ, ଅମୃତ ଭଣ୍ଡା ଓ ଗୋଲ ମରିଚ ଇତ୍ୟାଦି କିପରି ଅଧିକରୁ ଅଧିକ ବ୍ୟବସାୟ କରି ଅର୍ଥ ଉପାର୍ଜନ କରିପାରିବେ ସେନେଇ କର୍ମଶାଳାରେ ଆଲୋଚନା କରାଯାଇଥିଲା ।କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର କାର୍ଯ୍ୟଦକ୍ଷତା ବୃଦ୍ଧି ଏଵଂ ତ୍ୱରାନ୍ୱିତ କରିବା (RAMP) କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ନୂତନତ୍ୱ କୁ ପ୍ରୋତ୍ସାହିତ କରି ପ୍ରକ୍ରିୟା କରଣ ଉନ୍ନତ କରି ବଜାର ପ୍ରବେଶ ଓ ବୃଦ୍ଧି କରିବା, ସମସ୍ତ ପଦକ୍ଷେପକୁ ପ୍ରୋତ୍ସାହିତ କରି ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ ବୋଲି ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।ଏହି କର୍ମଶାଳାରେ ଶ୍ରୀ ଏନ.ବିରାରାଜୁ, ଅଧ୍ୟକ୍ଷ, ପଞ୍ଚାୟତ ସମିତି ଗୋସାଣୀ,ଶ୍ରୀ ରବିନ୍ଦ୍ର ଆଡେକ, ମୁଖ୍ୟ କୃଷି ଅଧିକାରୀ ଗଜପତି, ଶ୍ରୀ ସୁଶାନ୍ତ ରଞ୍ଜନ ଦାସ, ଉପନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଗଜପତି, ଶ୍ରୀ ଟିମନ ବାରା, ଡିପିଏମ, ଓଏଲଏମ, ଗଜପତି, ପ୍ରଦୀପ୍ତ ଗୁରୁମାଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗଜପତି, ଦିପା କମ୍ପାନୀର ଜେନରାଲ ମ୍ୟାନେଜର ଶ୍ରୀ ବଦ୍ରି ନାରାୟଣ ମିଶ୍ର ,ଶ୍ରୀ ସୁଭଲ ଜେନା ମଣି, ସିଇଓ ,ଓର୍ମାସ୍ ଗଜପତି,କାଜୁ ବ୍ୟବସାୟୀ ସଙ୍ଗ ସଭାପତି ଶ୍ରୀ ଅନିଲ କୁମାର ଓ ସେକ୍ରେଟାରୀ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ କାଜୁ ମାଲିକ ଓ କାଜୁ ବ୍ୟବସାୟୀ ଓ କୃଷକ ପ୍ରମୁଖ ଯୋଗଦେଇଥିଲେ।

Exit mobile version