Site icon Awaj Media

ପି ଜି ଛାତ୍ର ଛାତ୍ରୀ ଙ୍କୁ ବିଦାୟ ସମ୍ବର୍ଦ୍ଦନା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସ୍ଥାନୀୟ ଗୁରାଣ୍ଡିସ୍ଥିତ ମୀନକେତନ ସ୍ନାତକ ମହାବିଦ୍ୟାଳୟରେ ଶେଷ ବର୍ଷ ପିଜି ଛାତ୍ର ଛାତ୍ରୀ ଙ୍କ ବିଦାୟକାଳୀନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା |ଉକ୍ତ କାର୍ଯ୍ୟକ୍ରମ ପିଜି କଳା ବିଭାଗ ,ବିଜ୍ଞାନ ବିଭାଗର ଛାତ୍ର ଛାତ୍ରୀ ଯୋଗଦେଇଥିଲେ |ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଗୋଦାବରୀ ଜେନା ,ଅଧ୍ୟାପକ ଜି ନାଗେଶ୍ୱର ରାଓ ,ନ.ଭାନୁଶ୍ରୀ ,ଦୁର୍ଗା ପ୍ରସାଦ ପଟନାୟକ ,ଅଧ୍ୟାପିକା ମିନାକ୍ଷୀ ପାଣିଗ୍ରାହୀ ,କଳ୍ପନା ମହାରଣା ,ଲାଇବ୍ରେରୀ ପ୍ରେମାନନ୍ଦ ପାଳ ,କ୍ରୀଡା ଶିକ୍ଷକ ସୁରେଶ ଚନ୍ଦ୍ର ମଲ୍ଲିକ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ବିଷୟରେ ଉପଦେଶ ଦେଇଥିଲେ |ଛାତ୍ର ଛାତ୍ରୀ ନିଜର କଲେଜ ପଢା ସମୟର ଅନୁଭୁତି କୁ ମନ ପକେଇ ଭାବ ବିଭ୍ବଳ ହେଇଯାଇଥିଲେ ନିଜର ସ୍ମୃତି ଚାରଣ କରିଥିଲେ |

Exit mobile version