Site icon Awaj Media

ପଦାମୃତ ନୃତ୍ୟାୟନ ଅନୁଷ୍ଠାନର ଦଶମ ବାର୍ଷିକ ଉତ୍ସବ ଏବଂ ପଦ୍ମଶ୍ରୀ ଡ଼ଃ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସ୍ମୃତି କାର୍ଯ୍ୟକ୍ରମ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲରେ ପଦାମୃତ ନୃତ୍ୟାୟନ ଅନୁଷ୍ଠାନର ଦଶମ ବାର୍ଷିକ ଉତ୍ସବ ଏବଂ ପଦ୍ମଶ୍ରୀ ଡ଼ଃ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସ୍ମୃତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ ପାଣିଗ୍ରାହୀ, ଗଜପତି ଜିଲ୍ଲା ପାଳ ବିଜୟ କୁମାର ଦାଶ,ସଂସ୍କୃତି ଅଧିକାରିଣୀ ଅର୍ଚ୍ଚନା ମଙ୍ଗରାଜ, ପୋୖର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର,ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷ ନୃସିଂହଚରଣ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ।ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।ଅତିଥିମାନେ ପଦ୍ମଶ୍ରୀ ଡ଼ଃ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସ୍ମୃତିଚାରଣ କରିଥିଲେ।ଗୁରୁ ମନୋଜ କୁମାର ପ୍ରଧାନ,ଗୁରୁ ମିନତୀ ପ୍ରଧାନ ଓ ନିକିତା ବେହେରା ପ୍ରମୁଖଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇ ଥିଲା। ପଦାମୃତ ନୃତ୍ୟାୟନ ତରଫରୁ ଗୁରୁ ମନୋଜ ପ୍ରଧାନ ଓ ମିନତୀ ପ୍ରଧାନ ଯୁଗଳ ନୃତ୍ୟ ପରିବେଷଣ କରିଥିଲେ। ପଦାମୃତ ନୃତ୍ୟାୟନର ଛତ୍ରଛାତ୍ରୀମାନେ ପଲ୍ଲୀ ନୃତ୍ୟ, ସମ୍ବଲପୁରୀ ଭଜନ,ଶିଶୁ ଗୀତ ପ୍ରଭୃତି କାର୍ଯ୍ୟକ୍ରମ ହୋଇ ଥିଲା। ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ସୁଶାନ୍ତ କୁମାର ବେହେରା ମଞ୍ଚ ପରିଚାଳନା କରିଥିଲେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version