Site icon Awaj Media

ହିନ୍ଦୋଳ ଉପଖଣ୍ଡ ସାମ୍ବାଦିକ ସଂଘର ଚତୁର୍ଥ ମାସିକ ବୈଠକ ଅନୁଷ୍ଠିତ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ହିନ୍ଦୋଳ ଉପଖଣ୍ଡ ସାମ୍ବାଦିକ ସଂଘର ଚତୁର୍ଥ ମାସିକ ବୈଠକ ଅନୁଷ୍ଠିତ l ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ସାତମାଇଲି ଜଳ ସେଚନ ଡାକ ବଙ୍ଗଳା ଠାରେ ହିନ୍ଦୋଳ ଉପଖଣ୍ଡ ସାମ୍ବାଦିକ ସଂଘର ଚତୁର୍ଥ ମାସିକ ବୈଠକ ସଂଘର ସଭାପତି ସନ୍ତୋଷ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ବସିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସଂଘ ଦିନକୁ ଦିନ କିପରି ସୁଦୃଢ ହୋଇପାରିବ ଓ ଗରିବ, ଅସହାୟ ଅବହେଳିତ,ବିଧବା ଓ ନିରାଶ୍ରୟ ମାନଙ୍କୁ ସଂଘ ତରଫରୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରାଯିବ l ସଂଘ ରେ ନୂତନ ସଭ୍ୟ ଭାବେ ବିଜୟ କୁମାର ବେହେରା, ସନ୍ତୋଷ କୁମାର ଦାସ, ପ୍ରଭାସ କୁମାର ସାହୁ ଓ ସୁଶିଲ କୁମାର ନାଥ ଯୋଗ ଦେଇଥିଲେ ଏବଂ ସଂଘ ତରଫରୁ ସେମାନଙ୍କୁ ସ୍ଵାଗତ କରାଯାଇଥିଲା ! ଏହି ବୈଠକରେ ସଂଘ ସମ୍ପାଦକ ସୁଶାନ୍ତ କୁମାର ମାଝୀ, ପ୍ରକାଶ ଚନ୍ଦ୍ର ନାଥ, ଗୋବିନ୍ଦ ଚନ୍ଦ୍ର ନାଏକ, ସୁବ୍ରତ କୁମାର ମହାପାତ୍ର, ପଞ୍ଚାନନ ବେହେରା, ସୁଶାନ୍ତ କୁମାର ପାଳ, ଚୈତନ୍ୟ ସାମଲ, ସନ୍ଧ୍ୟାରାଣୀ ନାଏକ, ପ୍ରଶାନ୍ତ କୁମାର ନାଏକ, ଦୁଃଶାସନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ l

Exit mobile version