Site icon Awaj Media

କାଳ ବୈଶାଖୀ ଉଜାଡି ଦେଲା ଚାଳ ଛପର ଘର !!!

Spread the love

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : କାଳ ବୈଶାଖୀ ଉଜାଡି ଦେଲା ଚାଳ ଛପର ଘର ! ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ରେ ଗତ କାଲି ସନ୍ଧ୍ୟା ରେ ହେଇଥବା କାଳ ବୈଶାଖୀ ପବନ ବର୍ଷା ଦ୍ୱାରା ଅନେକ କ୍ଷୟ କ୍ଷତି ହୋଇଛି ! ତାଲପାଲି ଗ୍ରାମପଞ୍ଚାୟତ ର ଖୁଣ୍ଟପାଲି, ସେମେଲ ମୁଣ୍ଡା ରେ ମଧ୍ୟ ଅନେକ କ୍ଷତି ହୋଇଛି ! ଖୁଣ୍ଟପାଲି ବସ୍ ଷ୍ଟାଣ୍ଡ ନିକଟରେ ଥିବା ମହାନ୍ତି ଢ଼ାବା ର ଆଜବେଷ୍ଟସ ଉଡାଇ ନେଇ ଭାଙ୍ଗିରୁଚି ଯାଇଛି , ସେହିପରି ସେମେଲ ମୁଣ୍ଡା ଗ୍ରାମ ର ଏକ ପକ୍ଷାଘାତ ରୋଗୀ ଗୌତମ ଟାକ୍ରୀ ର ଚାଳ ଛପର ଘର ଉଡାଇ ନେବା ଦ୍ୱାରା ସେ ଗୁହାଳ ଘରେ ଆଶ୍ରୟ ନେଇଛନ୍ତି ! ସେହି ଗ୍ରାମ ର ସତ୍ୟବାଦୀ ବରିହା, ବିପ୍ର ତାଣ୍ଡି, ହରିବୋଲ ତାଣ୍ଡି, ରମାକାନ୍ତି ବିଶ୍ୱାଳ, ମୋତିଲାଲ ପ୍ରଧାନ ଇତ୍ୟାଦି ଲୋକଙ୍କର୍ଟ କ୍ଷତି ହେଇଛି ! କ୍ଷତିଗ୍ରସ୍ତ ଲୋକ ମାନେ ସ୍ଥାନୀୟ ପ୍ରଶାସନ କୁ ଜଣାଇଛନ୍ତି ଓ କ୍ଷତି ପୂରଣ ପାଇଁ ଦାବି କରିଛନ୍ତି !

Exit mobile version