Site icon Awaj Media

ତାଳଚେର ଯେସିଆଈ ଏବଂ ରାଇଫଲ୍ କ୍ଲବ ଦ୍ଵାରା ବନ୍ଧୁକ ଚାଲନା ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ !!!

Spread the love

ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : ସ୍ଥାନୀୟ ରାଇଫଲ କ୍ଲବ ଏବଂ ଜୁନିଅର୍ ଚାମ୍ବର ଇଣ୍ଟର୍ନେସନାଲ ତାଳଚେର ଶାଖା ର ମିଳିତ ଆନୁକୁଲ୍ୟରେ ଏକ ସାତ ଦିନିଆ ବନ୍ଧୁକ ଚାଲନା ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇ ଯାଇଅଛି। ମେ ମାସ ୫ ତାରିଖ ରୁ ଆରମ୍ଭ ହୋଇ ୧୧ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସକାଳ ଓ ସନ୍ଧ୍ୟା ରେ ଦୁଇଟି ବ୍ୟାଚ୍ ରେ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ଜେଷିଆଈ ର ସଭାପତି ମହେଶ ଅଗ୍ରୱାଲ ସୂଚନା ଦେଇଥିଲେ। ସୁଦୂର ରାଞ୍ଚି ରୁ ପ୍ରଶିକ୍ଷକ ମାଣିକ କୁମାର ଏହି ଶିବିର ରେ (.177) କ୍ୟାଲିବର ବିଶିଷ୍ଟ ୧୦ ମିଟର ଓପନ ସାଇଟ୍ ଏୟାର ରାଇଫଲ୍ ଦ୍ଵାରା ଲକ୍ଷ୍ୟ ଭେଦ ବିଷୟରେ ପ୍ରଶିକ୍ଷଣ ଦେବା ର କାର୍ଯ୍ୟକ୍ରମ ରହିଥିବା ର ଶିବିର ପରିଚାଳନା ନିର୍ଦ୍ଦେଶକ ମନିଶ ଅଗ୍ରୱାଲ କହିଥିଲେ। ପୂର୍ବ ରୁ ମଧ୍ୟ କ୍ଲବ ର ବହୁ ସଦସ୍ୟ ଏବଂ ପ୍ରଶିକ୍ଷଣ ନେଇଥିବା ବିଭିନ୍ନ ଛାତ୍ର ଛାତ୍ରୀ ନେସନାଲ ଲେବେଲ ପର୍ଯ୍ୟନ୍ତ ଉତ୍ତୀର୍ଣ୍ଣ ହୋଇ ସମୟ ସମୟ ରେ ବିଭିନ୍ନ ମେଡାଲ ଜିତି ଅଛନ୍ତି, ଏବଂ ଏହି ଶିବିର ରୁ ମଧ୍ୟ ଛାତ୍ର ଛାତ୍ରୀ ନିଶ୍ଚୟ ଆଗକୁ ବଡି ପାରିବେ ବୋଲି ମୁଖ୍ୟ ପ୍ରଶିକ୍ଷକ ମାଣିକ କୁମାର ଆଶା ବ୍ୟକ୍ତ କରି ଅଛନ୍ତି। ଏହି କାର୍ଯ୍ୟକ୍ରମ ରେ ରାଇଫଲ କ୍ଲବ ପକ୍ଷ ରୁ ସମ୍ପାଦକ ଶରତ ଚନ୍ଦ୍ର ଦେବ, ବରିଷ୍ଠ ସଦସ୍ୟ ପ୍ରମୋଦ କୁମାର ସାହୁ, ଭୁବନେଶ୍ୱର ସାମନ୍ତ, ସଞ୍ଜୀବ ପଟ୍ଟନାୟକ, ଜେଶିଆଁଇ ର ପୂର୍ବତନ ଜୋନ ନିର୍ଦ୍ଦେଶକ ଆଶିଷ ଅଗ୍ରୱାଲ, ପୂର୍ବତନ ସଭାପତି ବାସୁଦେବ ସାହୁ, ସମ୍ପାଦକ ପ୍ରଦୀପ ପାଲ୍, ବିକାଶ ସିଂହ, ରଶ୍ମି ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ।

Exit mobile version