ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ହିନ୍ଦୋଳ ରେ ପାଳିତ ହେଲା ଅଷ୍ଟମ ଶନିଶ୍ଚର ବାର୍ଷିକ ଉତ୍ସବ l ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ NAC ଦୁଇ ନମ୍ବର ୱାର୍ଡର ହରିହାଟ ରଘୁନାଥ ମନ୍ଦିର ନିକଟରେ ଥିବା ଶନିଶ୍ଚରଙ୍କ ଅଷ୍ଟମ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି l ଦିନ ୧୧ ଘଟିକା ସମୟରେ ହୋମ ଯଜ୍ଞ ଓ ପୂଜା ଅର୍ଚ୍ଚନା କରାଯାଇଥିଲା l ଏହି ସ୍ଥାନରେ ଶହ ଶହ ସଂଖ୍ୟାରେ ମହିଳା ମାନେ ଉପସ୍ଥିତ ରହି ପୂଜା କରିଥିଲେ ଓ ଏହି ଶନିଶ୍ଚର କମିଟି ତରଫରୁ ପଣା ବଣ୍ଟନ କରାଯାଇଥିଲା ଏବଂ ସନ୍ଧ୍ୟା ସମୟରେ ସଙ୍କୀର୍ତ୍ତନ କରାଯାଇଥିଲା ! ହଜାର ହଜାର ସଂଖ୍ୟାରେ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ କମିଟି ସଭାପତି ଆକୁଳି ଗୋଚ୍ଛାୟତ, ସମ୍ପାଦକ ସଞ୍ଜୟ ପଟ୍ଟନାୟକ, କୋଷାଧ୍ୟକ୍ଷ ରାଘବେନ୍ଦ୍ର ରାଜ, ପୂର୍ବତନ କାଉନସିଲର ପ୍ରଦୀପ କୁମାର ବେହେରା, ଧ୍ରୁବ ବେହେରା, NAC ଅଧକ୍ଷ କେଶବ ପ୍ରଧାନ, ଗୁରୁ ପ୍ରସାଦ ବେହେରା, ସୁଧୀର ବେହେରା, ତ୍ରିଲୋଚନ ଗୋଚ୍ଛାୟତ ଓ କମିଟି ର ସଭ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l
ହିନ୍ଦୋଳ ରେ ପାଳିତ ହେଲା ଅଷ୍ଟମ ଶନିଶ୍ଚର ବାର୍ଷିକ ଉତ୍ସବ !!!

