Site icon Awaj Media

53 ତମ ଜିଲ୍ଲା ପରିଷଦ ବୈଠକକୁ ବଏକଟ୍ କଲେ ଜନ ପ୍ରତିନିଧି !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦର ସମ୍ମିଳନୀ କକ୍ଷ ଠାରେ 53 ତମ ଜିଲ୍ଲା ପରିଷଦ ବୈଠକ ଆରମ୍ଭ ହୋଇଥିଲା।ଏହି ବୈଠକରେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ୍, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ ତିରୁପତି ରାଓ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହି ଅଧିକାରୀ ଜିଲ୍ଲା ପରିଷଦ ଶଙ୍କର କେରକେଟା,ମୋହନା ବିଧାୟକ ଦାଶରଥି ଗୋମାଙ୍ଗ, ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ ପାଣିଗ୍ରାହୀ, ଜିଲ୍ଲା ବନଖଣ୍ଡ ଅଧିକାରୀ,ସଂସଦ ପ୍ରତିନିଧି ପ୍ରମୁଖ ମଞ୍ଚାସିନ ଥିଲେ।ଏହି କାର୍ଯ୍ୟକ୍ରମ ରେ ବ୍ଲକ ଚିୟାରମେନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ,ବିଭିନ୍ନ ବିଭାଗୀୟ ଅଧିକାରୀ ଜିଲ୍ଲା ପରିଷଦର ସଭ୍ୟ ସଭ୍ୟା ପ୍ରମୁଖଙ୍କ ଉପସ୍ଥିତ ଥିଲେ।ସଭା ଆରମ୍ଭ ହେବା ପରେ ଜନ ପ୍ରତିନିଧିମାନେ ନିଜର ମତ ପ୍ରକାଶ କରିଥିଲେ।ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ପ୍ରଶ୍ନ ପଚାରିଥିଲେ। ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ସରକାରଙ୍କ ତରଫରୁ ଯେଉଁ ଅନୁଦାନ ଆସିଥାଏ।ଯେଉଁ ଅନୁଦାନ ଗୁଡିକ ବ୍ଲକର ରେଜୁଲେସନ ଗ୍ରାମସଭା ଓ ପଞ୍ଚୟତରେ ଗ୍ରାମସଭା କରି ଯେଉଁ ରେଜୁଲେସନ ଦ୍ବାରା ଗୋଟିଏ ପ୍ରୋଜେକ୍ଟଟି ଏପ୍ରୁଭ ହେବା କଥା ସେହି ପରି ନ ହୋଇ କିଛି ଅଲଗା ସୋର୍ସ ରେ କିଛି ଅଲଗା ମାଧ୍ୟମରେ ଅଫିଶିଆଲି ମାଧ୍ୟମରେ ପ୍ରୋଜେକ୍ଟ ଗୁଡିକ ଏପ୍ରୁଭ କରି ଆଣି ଥିବାରୁ ବ୍ଲକର ଚିୟାରମେନ, ଯୋନର ଜିଲ୍ଲା ପରିଷଦ ସଭ୍ୟ ,ଜିଲ୍ଲା ପରିଷଦ ସଭାରେ ବସି ପଚାରିବାରୁ କିଛି ଗାଇଡ଼ଲାଇନ ପ୍ରତିନିଧି ମାନଙ୍କୁ ଦିଆ ଯିବାର ନାହିଁ କହିବାରୁ ଜନପ୍ରତିନିଧିମାନେ ବାହାରକୁ ଆସି ଯାଇଥିଲେ।ବୋଲି ଜିଲ୍ଲା ପରିଷଦ ସଭ୍ୟ ସୁନୀଲ କୁମାର ବିଶୋଇ,ଏସ୍ ବାଲ ରାଜୁ ଗଣମାଧ୍ୟମ କୁ ସୂଚନା ଦେଇଥିଲେ।

Exit mobile version