Site icon Awaj Media

କେଳଙ୍କାରି ଲୁଚାଇବାକୁ ସାମ୍ବାଦିକଙ୍କୁ ସମିତି ବୈଠକ ନା , ଡାକି କରି ବୈଠକରୁ ତଡିଦେଲେ ହିନ୍ଦୋଳ ବିଡ଼ିଓ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : କେଳଙ୍କାରି ଲୁଚାଇବାକୁ ସାମ୍ବାଦିକଙ୍କୁ ସମିତି ବୈଠକ ନା , ଡାକି କରି ବୈଠକରୁ ତଡିଦେଲେ ହିନ୍ଦୋଳ ବିଡ଼ିଓ l ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ପଞ୍ଚାୟତ ସମିତି ବୈଠକ ରେ l ହିନ୍ଦୋଳ ବ୍ଲକ ବିଜୁ ସଭା କକ୍ଷ ଠାରେ ସମିତି ର ଷଷ୍ଠ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ସାଂସଦ ରୁଦ୍ର ନାରାୟଣ ପାଣି , ବିଧାୟିକା ଯୋଗ ଦେଇଥିଲେ ଓ ବ୍ଲକ ଅଧ୍ୟକ୍ଷା ଅଧ୍ୟକ୍ଷତା କରିଥିଲେ ! ତହସିଲଦାର ଦିଲ୍ଲୀପ କୁମାର ସେଠୀ, ବ୍ଲକ ଉପାଧ୍ୟକ୍ଷ ବରୁଣ କୁମାର ସର ,ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ମାନେ ଯୋଗ ଦେଇଥିଲେ ! ବିଡିଓ କଲ୍ୟାଣ ସୌରଭ ଦାସ ବୈଠକ ପରିଚାଳନା କରିଥିଲେ l ଏହି ବୈଠକରେ ୩୫ ଗୋଟି ପଞ୍ଚାୟତର ସମିତି ସଭ୍ୟ ଓ ସରପଞ୍ଚ ମାନେ ଉପସ୍ଥିତ ଥିଲେ l ବିଡ଼ିଓ କଲ୍ୟାଣ ସୌରଭ ଦାସ ପ୍ରଥମେ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଓ ପହଲଗାମ ରେ ସହିଦ ହୋଇଥିବା ମାନଙ୍କ ପାଇଁ ନୀରବ ପ୍ରାର୍ଥନା କରିବା ପାଇଁ କହିଥିଲେ ଓ ସାମ୍ବାଦିକ ମାନଙ୍କୁ ମଧ୍ୟ ଉପସ୍ଥିତ ଥିବା ଯୋଗୁଁ ସାଧୁବାଦ ଜଣାଇଥିଲେ l କିଛି ସମୟ ପରେ ବିଡ଼ିଓ କଲ୍ୟାଣ ସୌରଭ ଦାସ ମାଇକ୍ରୋଫୋନ ରେ ସାମ୍ବାଦିକ ମାନେ ଫଟୋ ଉଠାଇବା ପରେ ବୈଠକରୁ ବାହାରକୁ ଚାଲିଯିବା ପାଇଁ କହିଥିଲେ l ବିଡ଼ିଓ ସାମ୍ବାଦିକ ମାନଙ୍କୁ ଏହିପରି ଦୁର୍ବ୍ୟବହାର କରୁଥିଲା ବେଳେ ସାଂସଦ ରୁଦ୍ର ନାରାୟଣ ପାଣି ଓ ବିଧାୟିକା ସୀମାରାଣୀ ନାୟକ ବିଡ଼ିଓ ଙ୍କ ଦୁର୍ବ୍ୟବହାର କୁ ନୀରବ ଭାବେ ସମର୍ଥନ କରିଥିବାର ଦେଖାଯାଇଥିଲା l କାରଣ ବିଡ଼ିଓ କଲ୍ୟାଣ ସୌରଭ ଦାସ ସାମ୍ବାଦିକ ମାନଙ୍କୁ ଏହିପରି ଦୁର୍ବ୍ୟବହାର କରିବା ପାଇଁ ଏହା ପୂର୍ବରୁ ଯୋଜନା କରାଯାଇଥିଲା , କାରଣ ଏହି ବ୍ଲକ ରେ ମନରେଗା ଯୋଜନା କାର୍ଯ୍ୟରେ ୩୦ ପରସେଣ୍ଟ ପି.ସି କାରବାର ହେଉଥିବା ଗଣମାଧ୍ୟମ ପ୍ରତିନିଧି ମାନେ ଲୋକଲୋଚନକୁ ଆଣିଥିବା ଯୋଗୁଁ ତାହା ହିନ୍ଦୋଳ ବ୍ଲକ ରେ ରାଜନୈତିକ ନେତା ଠାରୁ ବ୍ଲକ ପ୍ରଶାସନ ପି.ସି ଭାଗ ବଣ୍ଟା ଚାଲିଥିବା ଖବର ଚାରିଆଡେ ପ୍ରସାର ହୋଇଥିଲା ! ସମିତି ବୈଠକରେ କାଳେ ଏହି ବିଷୟ କୁ ନେଇ ତୁମ୍ଭି ତୋଫାନ ହେବ , ଏହା ହେଲେ ସାମ୍ବାଦିକ ମାନେ ଯଦି ରୁହନ୍ତି ତାହାହେଲେ ତାଙ୍କ କେଳଙ୍କାରି କଥା ଜାଣି ପାରିବେ ଭାବି ସାମ୍ବାଦିକ ମାନଙ୍କୁ ବିଡ଼ିଓ କଲ୍ୟାଣ ସୌରଭ ଦାସ ଚିଠି କରି ଡାକି ବୈଠକରୁ ତଡି ଦେଇଥିଲେ ! ଏଥିରୁ ଜଣା ପଡ଼ୁଛି ବିଡ଼ିଓ କଲ୍ୟାଣ ସୌରଭ ଦାସ ରାଜନୈତିକ ଚାପରେ ଜିଲ୍ଲାପାଳ ଙ୍କ ନାମ ନେଇ ଜିଲ୍ଲାପାଳ ମନା କରିଛନ୍ତି କହି ସାମ୍ବାଦିକ ମାନେ ବୈଠକରେ ବସି ପାରିବେ ନାହିଁ ବୋଲି କହିଥିଲେ ! ଜିଲ୍ଲାପାଳଙ୍କ କୌଣସି ନିର୍ଦ୍ଦେଶ ନଥିବା ବେଳେ ଜିଲ୍ଲାପାଳଙ୍କ ନାଁ କହି ବିଡ଼ିଓ ସାମ୍ବାଦିକ ମାନଙ୍କୁ ଦୁର୍ବ୍ୟବହାର କରି ବୈଠକରୁ ତଡି ଦେବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି l

Exit mobile version