Site icon Awaj Media

ଜିଲ୍ଲାସ୍ତରୀୟ ତାଇକୋଣ୍ଡ ଚମ୍ପିଆନସିପର ଷଷ୍ଠ ସଂସ୍କରଣ ଅନୁଷ୍ଠିତ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଜିଲ୍ଲାସ୍ତରୀୟ ତାଇକୋଣ୍ଡ ଚମ୍ପିଆନସିପର ଷଷ୍ଠ ସଂସ୍କରଣ ଅନୁଷ୍ଠିତ ! ଡେରାବିଶ ବ୍ଲକ ଅନ୍ତର୍ଗତ ଚାଟରା ଚକଡା ଗ୍ରାମପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ କେନ୍ଦ୍ରାପଡ଼ା ଜିଲ୍ଲା ସ୍ତରୀୟ ତାଇକୋଣ୍ଡ ଚମ୍ପିଆନସିପ ର ଷଷ୍ଠ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ତିନି ଗୋଟି ଏକାଡେମୀରୁ ସର୍ବ ମୋଟ ୭୦ ଜଣ ବାଳକ ବାଳିକା ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡେରାବିଶ ଥାନା ଅଧିକାରୀ ସରୋଜ କୁମାର ସାହୁ, ଶିଖିବିଦ୍ଧ ଜୟନ୍ତ ବଳ, ତାଇକୋଣ୍ଡ ରାଜ୍ୟ ସମ୍ପାଦକ ମନମୋହନ ଭଞ୍ଜ, ସମାଜସେବୀ ରଞ୍ଜନ ନାୟକ, ହରେକୃଷ୍ଣ ନାଥ , ଆଶିଷ କୁମାର ନାୟକ, ଏସ କେ ଜାଫିରୁଦ୍ଦିନ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସ୍ତରୀୟ ତାଇକୋଣ୍ଡ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ମାନେ ୪୫ ଗୋଟି ସ୍ବର୍ଣ୍ଣ ପଦକ, ୨୦ ଗୋଟି ରୋପ୍ୟ ଓ ୧୫ ଗୋଟି କାଂସ୍ୟ ପଦକ ହାସଲ କରିଥିଲେ । ଏଥିରେ ନିଞ୍ଜାସ ତାଇକୋଣ୍ଡ ଏକାଡେମୀ ଚମ୍ପିୟାନ ହୋଇଥିବା ବେଳେ ସିଙ୍ଘମ ତାଇକୋଣ୍ଡ ଏକାଡେମୀ ଓ କମାଣ୍ଡୋ ତାଇକୋଣ୍ଡ ଏକାଡେମୀ ରନରସ ଅପ ହୋଇଥିଲା । ଜିଲ୍ଲା ତାଇକୋଣ୍ଡ ସଂଘ ସଭାପତି ନରେଶ କୁମାର ବାରିକ, ସମ୍ପାଦକ ବିବେକାନନ୍ଦ ସାମଲ, କୋଷାଧ୍ୟକ୍ଷ ଏସ୍ କେ ତଫିରୁଦ୍ଦିନ, କୋଚ୍ ମ୍ୟାନେଜର ସୁସାନ୍ତ କୁମାର ସାହୁ, ଜିଲ୍ଲା ତାଇକୋଣ୍ଡ ସଂଘର ସମ୍ପାଦକ ବିବେକାନନ୍ଦ ସାମଲ ପ୍ରମୁଖ କୃତି ଛାତ୍ର ଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

Exit mobile version