କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକ ହେଉଛି ଭାଇଚାରାର ସହର .. ନିଜର ଭାଇଚାରାକୁ ବଜାୟ ରଖିବା ପାଇଁ ପ୍ରାୟ ୧୪ ବର୍ଷ ହେବ ସନ୍ତୋଷ କ୍ଳବ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଉଛି । ଅଞ୍ଚଳବାସୀ ଓ ଯୁବପିଢିଙ୍କ ମଧ୍ୟରେ ଏକତା ଓ ଭାତୃଭାଵ କିପରି ବୃଦ୍ଧି ପାଇବ ସେଥିପାଇଁ ସାହିରେ ଦିବାରାତ୍ର ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଏ । କେବଳ ସେତିକି ନୁହେଁ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ସମସ୍ତଙ୍କ ମଧ୍ୟରେ ଏକ ଗଭୀର ଉତ୍ସାହ ଦେଖିବାକୁ ମିଳେ । ତେବେ ଚଳିତବର୍ଷ ଏଥିରେ ମୋଟ ୮ ଟି ଟିମ ଯୋଗ ଦେଇଥିଲେ । ପ୍ରଥମ ଦିନ ଲିଗ ମ୍ୟାଚ ଖେଳା ଯାଏ ଓ ଦ୍ଵିତୀୟ ଦିନ ସେମି ଫାଇନାଲ୍ ଓ ଫାଇନାଲ ଖେଳାଯାଏ । ତେବେ ଚଳିତବର୍ଷ ଏହି ଟୁର୍ଣ୍ଣାମେଣ୍ଟର ବିଜେତାଙ୍କୁ ଟ୍ରଫି ସହ ନଗଦ 5 ହଜାର ଟଙ୍କା ଓ ରନର୍ସଅପଙ୍କୁ ଟ୍ରଫି ସହ 3 ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହା ବ୍ୟତୀତ ମ୍ୟାନ ଅଫ ଦି ମ୍ୟାଚ ଓ ସିରିଜ ମଧ୍ୟ ପ୍ରଦାନ କରାଯାଇଛି ।
ଭାଇଚାରାର ପ୍ରତୀକ କ୍ରିକେଟ ଟୁର୍ଣ୍ଣାମେଣ୍ଟ !!!

