Site icon Awaj Media

ବାଣପୁରରେ ତ୍ରିରଙ୍ଗା ଶୋଭା ଯାତ୍ରା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଅପରେସନ ସିନ୍ଦୁରର ଅପୃର୍ବ ସଫଳତା ସହ ଭାରତୀୟ ବୀର ଯବାନଙ୍କ ପରାକ୍ରମ ସାହସକୁ ସଂମ୍ମାନ ଜଣାଇ ଦେଶ ବ୍ୟାପୀ ତ୍ରିରଙ୍ଗା ଶୋଭା ଯାତ୍ରା ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରେ ଏହାକୁ ପରାକ୍ରମ ଶୋଭା ଯାତ୍ରା ଭାବରେ ପାଳନ କରାଯାଉଛି | ଏହି ଅବସର ରେ ଗୁରବାର ସକାଳ ସମୟରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ନଗରପାଳ ମିଟୁ ନାୟକଙ୍କ ନେତୃତ୍ୱରେ ଏକ ତ୍ରିରଙ୍ଗା ଶୋଭା ଯାତ୍ରା ଓ ବାଇକ ରାଲି ଅନୁଷ୍ଠିତ ହୋଇ ଯାଇଛି। ୧୬ ନମ୍ବର ଜାତୀୟ ରାଜପଥ ବାଣପୁର ବାଲୁଗାଁ ବାଇ ପାସ ଠାରୁ ତ୍ରିରଙ୍ଗା ଶୋଭାଯାତ୍ରା ଓ ବାଇକ ରାଲି ବାହାରି ବାଣପୁର ବଜାର ପରିକ୍ରମା କରି ପଲଟଣ ପଡିଆ ଠାରେ ପହଁଚି ସମାପନ ହୋଇଥିଲା। ଆଜି ସାରା ଦେଶ ପାଳୁଛି ଅପରେସନ ସିନ୍ଦୁରର ସଫଳତାକୁ ନେଇ ତ୍ରିରଙ୍ଗା ଯାତ୍ରା | ଏହା ମାଧ୍ୟମରେ ପହଲଗାମ ଆକ୍ରମଣର ପ୍ରତିଶୋଧ ଓ ଅପେରସନ ସିନ୍ଦୁର ଜରିଆରେ ଆତଙ୍କି ଙ୍କ ଉପରେ ଭାରତର ବିଜୟ ଓ ତିନି ସେନାର ସଫଳତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଥିଲା |ଭାରତ କିପରି ନିଜ ଦେଶ ଓ ନାଗରିକଙ୍କୁ ସୁରକ୍ଷିତ ରଖିବା ସହ ବିଶ୍ୱରେ ନିଜର ସ୍ୱାଭିମାନକୁ ରକ୍ଷା କରି ପାରିଛି ସେ ସମ୍ପର୍କରେ ସାଧାରଣରେ ଉପସ୍ଥାପନା କରାଯାଇ ଥିଲା | ଏହି କାର୍ଯ୍ୟକ୍ରମରେ ବାଣପୁର ଅତିରିକ୍ତ ତହସିଲଦାର, ଅବସର ପ୍ରାପ୍ତ ଯବାନ ସଙ୍ଘର ସଦସ୍ୟ ତଥା ନଗର ପାଳ ମିଟୁ ନାୟକଙ୍କ ବ୍ୟତୀତ କୃଷ୍ଣଚନ୍ଦ୍ର ନାହାକ, ସାଧୁ ଚରଣ ସ୍ଵାଇଁ, ସୁଧୀର ଜେନା, କିଶୋର ପ୍ରଧାନ, ଉମାକାନ୍ତ ବରାଳ, ଲୋକନାଥ ବରାଳ, ରବି ଷଡଙ୍ଗୀ, ମନୋଜ ସାହୁ,ଗୋବର୍ଦ୍ଧନ ତରାଇ,ଅରୁଣ ପାତ୍ର, ନନ୍ଦ କିଶୋର ମିଶ୍ର, ଭଗବାନ ପ୍ରଧାନ, ଉମାକାନ୍ତ ଲାଠି ପ୍ରମୁଖ ନେତୃ ସ୍ଥାନୀୟ ବ୍ୟକ୍ତି ଅଙ୍ଗନ ବାଡ଼ି କର୍ମୀ ବ୍ୟବସାୟୀ ସାମ୍ବାଦିକଙ୍କ ସମେତ ଗୋଦାବରୀଶ ମହାବିଦ୍ୟାଳୟର ବିଭିନ୍ନ ଉଇଙ୍ଗ୍ ର ଛାତ୍ରୀଛାତ୍ର, ଅଧ୍ୟାପକ, ବାଣପୁର ଥାନାର ପୁଲିସ କର୍ମଚାରୀ, ଭାରପ୍ରାପ୍ତ ଅଧିକାରୀ ଏବଂ ଏସଡିପିଓ ପ୍ରମୁଖ ଯୋଗ ଦେଇଥିଲେ।

Exit mobile version