ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସିଙ୍ଗାରପଲ୍ଲୀ ଗ୍ରାମରେ ମା ଖମ୍ବେଶ୍ବରୀ ଯୁବ ଡ୍ରାମାଟିକ କ୍ଳବ ର ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l କ୍ଳବ ପିଲାମାନେ ସାମାଜିକ ନାଟକ ମଞ୍ଚସ୍ଥ କରିଥିଲେ l ସେହି ଗାଁ ପୁଅ ଶୁଭ୍ରାଂଶୁ ସେଖର ସେନାପତି ଙ୍କ ନିର୍ଦ୍ଦେଶିତ ନାଟକ କାନ୍ଦେନା ଲୁହ ସରିଯିବ l
ଏହି ନାଟକ ଦେଖିବା ପାଇଁ ପ୍ରାୟ 2000 ରୁ ଅଧିକ ଦର୍ଶକ ସମାଗମ ହୋଇଥିଲେ l ଏହି କାର୍ଯ୍ୟକ୍ରମ ର ମଞ୍ଚକୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରିଥିଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା l ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଥିଲେ ଶଙ୍କର୍ଷଣ ବେହେରା , ଶ୍ରୀମତୀ ଗାୟତ୍ରୀ ବେହେରା , ଶ୍ରୀମତୀ ସ୍ମିତାରାଣୀ ସେଠି , ଯୁଗଳ କିଶୋର ସାହୁ , ମାଇଛେଳି ସରପଞ୍ଚ ଙ୍କ ପ୍ରତିନିଧି , ବିଭୁତି ଭୂଷଣ ପ୍ରଧାନ , ଶୁଭ୍ରାଂଶୁ ସେଖର ସେନାପତି , ସଞ୍ଜୟ କୁମାର ସାହୁ , ସଂଜୀବ କୁମାର ଡାକୁଆ , ମନୋଜ କୁମାର ସାହୁ, ମୁରଲୀଧର ଜେନା l ସମସ୍ତେ ଯୋଗଦେଇ ମଞ୍ଚ କୁ ସରସ ସୁନ୍ଦର କରିଥିଲେ l 15 ବର୍ଷ ଧରି ଏହିଭଳି କାର୍ଯ୍ୟକ୍ରମ କରୁଥିବାରୁ ବିଧାୟକ ଶ୍ରୀ ବେହେରା ଅନୁଷ୍ଠାନ କୁ ପ୍ରଶଂସା କରିଥିଲେ l ଏହି ମଞ୍ଚକୁ ପରିଚାଳନା କରିଥିଲେ ହିମାଂଶୁ ସେଖର ସେନାପତି l
ମା ଖମ୍ବେଶ୍ବରୀ ଯୁବ ଡ୍ରାମାଟିକ କ୍ଳବର କାର୍ଯ୍ୟକ୍ରମରେ ଯୋଗଦେଲେ ଦଶପଲ୍ଲା ବିଧାୟକ !!!

