Site icon Awaj Media

୧୨ ତମ ବିଶ୍ଵ ଆର୍ଟ ଅଫ୍ ଗିଭିଙ୍ଗ୍ ଦିବସ ପାଳିତ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ସାରା ପୃଥିବୀରେ ଆଜି ୧୨ ତମ ବିଶ୍ଵ ଆର୍ଟ ଅଫ୍ ଗିଭିଙ୍ଗ୍ ଦିବସ ହର୍ଷ ଉଲ୍ଲାସର ସହିତ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡରେ ସମାନ୍ତରାଳ ଭାବେ ଏହାକୁ ପାଳନ କରାଯାଇଛି । କିଟ୍‌, କିସ୍ ଓ କିମ୍ସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କର ମାନସ ସନ୍ତାନ ଆର୍ଟ ଅଫ୍ ଗିଭିଙ୍ଗ୍ ଚଳିତ ବର୍ଷ “ ପଡୋଶୀ ମାନଙ୍କ ଭିତରେ ଉତ୍ତମ ଭାବନା ଆଣିବା” ବାର୍ତ୍ତା ନେଇ ଅନୁଷ୍ଠିତ ହୋଇଯାଇଛି । ବାଙ୍କୀ ବ୍ଲକ ସୁବର୍ଣ୍ଣପୁର ଠାରେ କିଟ୍ ବିଶ୍ୱବିଦ୍ୟାଳୟର କର୍ମଚାରୀ ପ୍ରିୟରଞ୍ଜନ ପଣ୍ଡାଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାନୀୟ ଅଞ୍ଚଳର ସାମ୍ବାଦିକ ଶୁଭେନ୍ଦୁ କୁମାର ମହାପାତ୍ର ଅତିଥି ଭାବେ ଯୋଗଦେଇ ଡକ୍ଟର ସାମନ୍ତଙ୍କ ଚିନ୍ତାଧାରାକୁ ଭୂୟସୀ ପ୍ରଶଂସା କରିବା ସହିତ ‘ସେବା ହିଁ ପରମ ଧର୍ମ’ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପକ୍ଷରୁ ଅମୂଲ୍ୟ ଦଳେଇ, ସୁଶାନ୍ତ କୁମାର ଦାସ ପ୍ରମୁଖ ସହଯୋଗ କରିଥିଲେ । ଅନୁରୂପ ଭାବେ ବାଙ୍କୀ- ଡମପଡ଼ା ବ୍ଲକର ରଗଡି ଗ୍ରାମ ପଞ୍ଚାୟତରେ କିଟ୍ ବିଶ୍ୱବିଦ୍ୟାଳୟର କର୍ମଚାରୀ ଆଶିଷ କୁମାର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକମରେ ଅତିଥି ଭାବେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦେଇ ସାରା ବିଶ୍ୱରେ ଏହି କାର୍ଯ୍ୟକ୍ରମ ଭିନ୍ନ ଏକ ଉଦାହରଣ ସୃଷ୍ଟି କରିଛି ବୋଲି କହିବା ସହିତ ଡକ୍ଟର ସାମନ୍ତଙ୍କ ଚିନ୍ତାଧାରା ଏବଂ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।

Exit mobile version