Site icon Awaj Media

ହରିହାଟ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଯୋଗ ଦେଲେ ପିସିସି ସଭାପତି !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ହରିହାଟ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଯୋଗ ଦେଲେ ପିସିସି ସଭାପତି l ବାଧକ ହେଲା ବର୍ଷା ଘଡ ଘଡି l ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ଚାଲିଥିବା ହରିହାଟ ମହୋତ୍ସବର ଦ୍ୱିତୀୟ ଦିବସରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ ଓ ମୁଖ୍ୟ ବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ନଗେନ୍ଦ୍ର କୁମାର ପ୍ରଧାନ,ସମ୍ମାନିତ ଅତିଥି ଭାବେ Er ସସ୍ମିତା ରାଣୀ ବେହେରା ସମ୍ପାଦିକା ସର୍ବଭାରତୀୟ ମହିଳା କଂଗ୍ରେସ ହିନ୍ଦୋଳ ରାଜା ସୈଳେନ୍ଦ୍ର ନାରାୟଣ ସିଂହଦେଓ ଉପଜିଲ୍ଲାପାଳ ପ୍ରଭାସ କୁମାର ବେହୁରା,ଉପଖଣ୍ଡ ଚିକିତ୍ସା ଅଧିକାରୀ,NAC ଅଧ୍ୟକ୍ଷ କେଶବ ପ୍ରଧାନ,ଡେପୁଟି କଲେକ୍ଟର ବିଶ୍ୱଜିତ୍ ରାଉତ,ଓ କମିଟି ସଭାପତି ସମ୍ପାଦକ ପ୍ରମୁଖ ମଞ୍ଚାସିନ ଥିଲେ l ଓ ମୁଖ୍ୟ ଅତିଥି ଭକ୍ତ ଚରଣ ଦାସ ଓ ଅନ୍ୟ ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ଓ କମିଟି ତରଫରୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏବଂ କାର୍ଯ୍ୟ ଆରମ୍ଭ ପୂର୍ବରୁ ବର୍ଷା ଘଡ ଘଡି ଯୋଗୁଁ ଦ୍ୱିତୀୟ ସନ୍ଧ୍ୟାର କାର୍ଯ୍ୟ କ୍ରମ ହୋଇପାରିନଥିଲା କେବଳ ପିସିସି ସଭାପତି ଓ ମୁଖ୍ୟ ବକ୍ତା ନଗେନ୍ଦ୍ର କୁମାର ପ୍ରଧାନ ହରିହାଟ ମହୋତ୍ସବ ବିଷୟରେ କିଛି କହୁଥିଲା ବେଳେ ବର୍ଷା ଯୋଗୁଁ ତାଙ୍କ ର ମୁହଁରୁ ଦର୍ଶକ ମାନେ କିଛି ଶୁଣିବା ପାଇଁ ଚାହିଁ ରହିଥିଲେ ମଧ୍ୟ ଶୁଣି ପାରିନଥିଲେ l ଏହି ଦ୍ୱିତୀୟ ଦିବସରେ ବହୁ ସଂଖ୍ୟାରେ ଜନ ସମାଗମ ହୋଇଥିଲା କିନ୍ତୁ ବର୍ଷା ଯୋଗୁଁ ଲୋକମାନଙ୍କ ମନ ଫିକା ପକାଇ ଦେଇଥିଲା l

Exit mobile version