Site icon Awaj Media

ନୂଆଗାଁ ବ୍ଲକ ର ନୂତନ ବିଜେଡି ସଭାପତି ଭାବେ ଯୁଗଳ କିଶୋର ସାହୁ ଙ୍କୁ ଦାୟିତ୍ୱ !!!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ର ନୂତନ ବିଜେଡି ସଭାପତି ଭାବେ ଯୁଗଳ କିଶୋର ସାହୁ ଙ୍କୁ ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦାୟିତ୍ୱ ପ୍ରଦାନ କରିଛନ୍ତି ! ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ନୂତନ ଦାୟିତ୍ୱ ପାଇଥିବା ଯୁବନେତା ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ! ଏ ନେଇ ଯୁଗଳ କିଶୋର ସାହୁ , ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ଦଶପଲ୍ଲା ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା ଙ୍କୁ ଧନ୍ୟବାଦ ଦେବା ସହ ନୂଆଗାଁ ବ୍ଲକ ର ବିଜୁ ଜନତା ଦଳର ଯୁବ, ଛାତ୍ର, ମହିଳା, ବରିଷ୍ଠ ସମସ୍ତ କର୍ମକର୍ତା ଙ୍କୁ ଧନ୍ୟବାଦ ଦେଇଛନ୍ତି l ଦଳୀୟ କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ନିଶ୍ଚୟ ଚେଷ୍ଟା ଜାରି ରହିବ ବୋଲି ଯୁଗଳ ବାବୁ କହିଛନ୍ତି ll

Exit mobile version