Site icon Awaj Media

୧୧ କେଭି ବିଦ୍ୟୁତ୍ ତାର ଛିଣ୍ଡି ମହିଳା ଗୁରୁତର !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ୧୧ କେଭି ବିଦ୍ୟୁତ୍ ତାର ଛିଣ୍ଡି ମହିଳା ଗୁରୁତର l ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଲିମୀ ଥାନା ଅନ୍ତର୍ଗତ ଗାଲପଡା ପଞ୍ଚାୟତର ମହତଲା ଗ୍ରାମର ମହାରାଣୀ ନାଏକ ଘରୁ ଛେଳି ଫିଟାଉ ଥିବା ସମୟ ରେ 11 KV ବହୁ ପୁରୁଣା ଖୋଲା ବିଦ୍ୟୁତ୍ ତାର ଅତି ଦୁର୍ବଳ ଥିବାରୁ ତାହା ଛିଣ୍ଡି ମହାରାଣୀ ନାଏକ ଙ୍କ ଓ ତାଙ୍କ ଛେଳି ଉପରେ ତାର ପଡ଼ିଯିବା ଯୋଗୁଁ ମହାରାଣୀ ନାଏକଙ୍କ ଶରୀରର ତିନି ଭାଗ ସମ୍ପୂର୍ଣ ପୋଡ଼ି ଯାଇଛି ଏବଂ ୩ ଗୋଟି ଛେଳି ସେହି ସ୍ଥାନରେ ପୋଡ଼ି ହୋଇ ମରି ଯାଇଛନ୍ତି l ଓ ମହାରାଣୀ ନାଏକଙ୍କ ସ୍ବାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ତୁରନ୍ତ କଟକ ବଡ ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ନିଆଯାଇଛି l ଏହି ମହିଳା ଜଣକ ଛେଳି ଚରାଇ ନିଜର ପରିବାର ପ୍ରତିପୋଷଣ କରୁଥିଲେ ଓ ତାଙ୍କର ଦୁଇଟି ବିକଳାଙ୍ଗ ପୁଅ ଝିଅ ଅଛନ୍ତି ଏହିପରି ଭାବେ ବିଦ୍ୟୁତ୍ ବିଭାଗର ବେପରୁଆ ଭାବରେ ତାର ରେ କୌଣସି ଆବରଣ ନ ଥିବା ଓ ପୁରୁଣା ଦୁର୍ବଳ ତାର କୁ ନ ବଦଳାଇ ଥିବାରୁ ଏହି ଦୁର୍ଘଟଣା ଘଟିଛି ଏବଂ ସକାଳ ୭ ଘଟିକା ଠାରୁ ତାର ଛିଣ୍ଡି ପଡ଼ିଥିଲେ ମଧ୍ୟ ବିଦ୍ୟୁତ୍ ବିଭାଗର ଯନ୍ତ୍ରୀ କିମ୍ବା ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ନ ଥିବା ଯୋଗୁଁ ଜନସାଧାରଣ କ୍ରୋଧିତ ହୋଇ ଗୁଲେହି ନିମ ବାହଳି ରାସ୍ତା ଅବରୋଧ କରିଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନ ଥିଲେ l ତେଣୁ ସେହି ଗ୍ରାମର ଗ୍ରାମ ବାସି ମାନେ ବିଦ୍ୟୁତ୍ ବିଭାଗର ଅପାରଗତା ଯୋଗୁଁ ଜୀବନ ହାନି ହୋଇଛି ବୋଲି ଦାବି ଜଣାଇ ଛନ୍ତି ଏବଂ ଏହାର ସମ୍ପୂର୍ଣ କ୍ଷତି ପୂରଣ ଦେବା ସହିତ ବିଦ୍ୟୁତ୍ ବିଭାଗ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି l

Exit mobile version