Site icon Awaj Media

ହିନ୍ଦୋଳ ଏନ ଏ ସି ରେ ଅପରେସନ ସିନ୍ଦୂର ପରାକ୍ରମ ତ୍ରିରଙ୍ଗା ଶୋଭାଯାତ୍ରା !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରେ ଅପରେସନ ସିନ୍ଦୂର ପରାକ୍ରମ ତ୍ରିରଙ୍ଗା ଶୋଭାଯାତ୍ରା ଅବସର ରେ ଏକ ବିରାଟ ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି l ଏହି ବାଇକ ରାଲି ରେ ହିନ୍ଦୋଳ ଉପଖଣ୍ଡ ର ଜନସାଧାରଣ ,ବୁଦ୍ଧିଜୀବୀ, ମାନ୍ୟ ଗଣ୍ୟ ବ୍ୟକ୍ତି ଓ ସେନା ବାହିନୀର ସୈନିକ ମାନେ ଯୋଗ ଦେଇଥିଲେ ! ଏହି ବାଇକ ରାଲି ବସଷ୍ଟାଣ୍ଡ ଠାରୁ ବାହାରି NAC ର ୱାର୍ଡ ପରିକ୍ରମା କରି ହିନ୍ଦୋଳ ମିନି ଷ୍ଟାଡିୟମ ନିକଟରେ ପହଞ୍ଚିଥିଲା ଓ ସେଠାରେ ଅବସରପ୍ରାପ୍ତ ସେନା ବାହିନୀ କର୍ମଚାରୀ ମାନଙ୍କୁ ଉପଜିଲ୍ଲାପାଳ ପ୍ରଭାସ କୁମାର ବେହୁରା , ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସତ୍ୟ କୁମାର ନନ୍ଦ ଓ ତହସିଲଦାର ଦିଲ୍ଲୀପ କୁମାର ସେଠୀ ସମ୍ମାନିତ କରିଥିଲେ l ଏହି କାର୍ଯ୍ୟକ୍ରମରେ ସରସ୍ଵତୀ ଶିଶୁ ମନ୍ଦିର ର ଛୋଟ ଛୋଟ ଝିଅ ମାନେ ତ୍ରିରଙ୍ଗା ପତାକା ଧରି ଭାରତ ର ସିନ୍ଦୂର ପରାକ୍ରମ କୁ ସ୍ଵାଗତ କରିଥିଲେ ! ଏହି କାର୍ଯ୍ୟକ୍ରମକୁ ହେମନ୍ତ କୁମାର ପାଣିଗ୍ରାହୀ ପରିଚାଳନା କରିଥିଲେ ଏବଂ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ଅଜୟ କୁମାର ଦାସ ସହଯୋଗ କରିଥିଲେ l

Exit mobile version