Site icon Awaj Media

ସେଞ୍ଚୁରିଆନ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟ କ୍ୟାମ୍ପସ୍ ରେ “ଆଇଡିଆ ରାଇଜ୍” ଆଇଡିଆସନ୍ ବୁଟକ୍ୟାମ୍ପ ଆୟୋଜିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଷ୍ଟ।ଟଅପ୍ ଓଡିଶା ଦ୍ଵାରା ପ୍ରାୟୋଜିତ ବୁଟକ୍ୟାମ୍ପରେ ୨୦୦ ରୁ ଅଧି୍କ ଚାଷୀ, ସରକାରୀ ଅଧି୍କାରୀ ଏବଂ ଷ୍ଟାଟ ଅପ୍ ଅଂଶଗ୍ରହଣ କରିଥିଲେ।ଏହି ଅବସରରେ, ସେଞ୍ଚୁରିଆନ ଏଗ୍ରିବିଜନେସ୍ ଇନକ୍ୟୁବେଟର (CABI)ର ସିଇଓ ପ୍ରଫେସର ଜେ ଅନୀଲ କୁମାର ବିଶ୍ୱ ଵିଦ୍ୟାଳୟର ଉଦ୍ୟୋଗୀ ଇକୋସିଷ୍ଟମ୍, ଅତ୍ୟାଧୁନିକ ଭିତ୍ତିଭୂମି ପ୍ରଦତ୍ତ ସେବା ଏବଂ ଏ ପର୍ଯ୍ୟନ୍ତ ଇନକ୍ୟୁବେଟଡ୍ ହୋଇଥିବା ଷ୍ଟାଟଅପ୍ସର ସଂଖ୍ୟା/କ୍ଷେତ୍ର ଉପରେ ଆଲୋକପାତ କରିଥିଲେ।ପ୍ରଫେସର ଅନିଲ ୬୩ ଟି ଷ୍ଟ।ଟଅପ୍ ଇନକ୍ୟୁବେଟଡ୍ ହୋଇଥିବା ବିବିଧ କ୍ଷେତ୍ର ଏବଂ ଧାରଣା ଠାରୁ ବାଣିଜ୍ୟିକରଣ ପର୍ଯ୍ୟନ୍ତ ସେମାନଙ୍କୁ ପ୍ରଦାନ କରାଯାଇଥିବା ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସହାୟତା ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଟନା କରିଥିଲେ। ଷ୍ଟାଟଅପ୍ ଓଡିଶାର ସିଇଓ ଶ୍ରୀ କମଲଜିତ ଦାସ ଓଡିଶ।ରେ ଉଦ୍ୟୋଗ ବିକାଶକୁ ପ୍ରତ୍ସ।ହିତ କରିବାପାଇଁ ଇନକ୍ୟୁବେଟର ଏବଂ ଷ୍ଟ।ଟଅପ୍ କୁ ପ୍ରଦାନ କରାଯାଇ ଥିବା ସେବାଗୁଡିକ ବିଷୟରେ କହିଥିଲେ ଶ୍ରୀ କମଲଜିତ ୨୦୦୦+ ଇନକ୍ୟୁବେଟେଡ଼ ଷ୍ଟ।ଟଅପ୍ ବହୁ -କ୍ଷେତ୍ର ସହାୟତା ପ୍ରଦାନ, ୪୦ ଇନକ୍ୟୁବେସନ୍ ସେଣ୍ଟରକୁ ସ୍ୱିକୃତି, ରାଜ୍ୟରେ ଷ୍ଟ।ଟଅପ୍ ପାଇଁ ୨୫୦ ନିୟୁତ ଟଙ୍କ।ରୁ ଅଧି୍କ ପାଣ୍ଠି ବ୍ୟବସ୍ଥା ପାଇଁ ମଧ୍ୟ ଗର୍ବ ଅନୁଭବ କରି ଥିଲେ।ଏହି କାର୍ଯ୍ୟକ୍ରମରେ ଷ୍ଟ।ଟଅପ୍ ଓଡିଶ। ପ୍ରତିନିଧି ଶ୍ରୀ ଶିବଙ୍କିତ ଦାସ ଶ୍ରୀ ଦେବଦତ୍ତ ଧୀର,ଶ୍ରୀମତୀ ଗୋର୍ଲା ଝାଂସି ଏବଂ ସୁଶ୍ରୀ ସୋଲୋନୀ ସେମାନଙ୍କର ସି ଇ ଓ ଙ୍କ ସହିତ ଆସିଥିଲେ।ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟର ଅଧି୍କାରୀ ଡକ୍ଟର ଅନିତା ପାତ୍ର ରେଜିଷ୍ଟ୍ର।ର,ଡକ୍ଟର ଦୁର୍ଗା ପାଢ଼ୀ,ନିର୍ଦ୍ଦେଶକ (ପ୍ରଶ।ସନ) ଡକ୍ଟର ଏସ୍ ପି ନନ୍ଦ ଅଧ୍ୟକ୍ଷ (ପ୍ରଶାସନ), ଶ୍ରୀ ସଞ୍ଜୀବ ମିଶ୍ର, ସିନିୟର ଜେନେରାଲ ମ୍ୟ।ନେଜର (ଗ୍ର।ମ୍ ତରଙ୍ଗ) ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏବଂ ସ୍ଥ।ନୀୟ ଅର୍ଥନୀତିରେ ଏକ ବଡ ପରିବର୍ତ୍ତନ ଆଣିବା ପାଇଁ ଛାତ୍ରଛାତ୍ରୀ ଅଧ୍ୟାପକ ଏବଂ ସ୍ଥ।ନୀୟ ସମ୍ପ୍ରଦାୟକୁ ଉଦ୍ୟୋଗୀତା କୁ ଆପଣେଇବାକୁ ଉତ୍ସ।ହିତ କରିଥିଲେ ।

Exit mobile version