ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ଅନ୍ତର୍ଗତ ବନ୍ଧଗାଁରେ ଶୁଦ୍ଧ ପାନୀୟଜଳ ପାଇଁ ଡହଳବିକଳ ଗ୍ରାମବାସୀ । ସୂଚନା ମୁତାବକ ବନ୍ଧଗାଁରେ ଦୀର୍ଘଦିନ ହେବ ଏକ ବିଶାଳ ପାଣି ଟାଙ୍କି ଥିଲେ ମଧ୍ୟରେ ସେହି ପାଣି ଟାଙ୍କିରୁ ଶୁଦ୍ଧ ପାଣି ପାଇବାରୁ ବଞ୍ଚିତ ଗ୍ରାମବାସୀ । ଗ୍ରାମରେ କୁଅ ଓ ଟିୱଲ ଥିଲେ ମଧ୍ଯ ସେଥିରୁ ଗୋଳିଆ ପାଣି ବାହାରୁଥିବା ବେଳେ ତାହା ବ୍ୟବହାର ଉପଯୋଗୀ ହେଇନଥିଲେ ମଧ୍ୟ ବାଧ୍ୟ ହୋଇ ଗ୍ରାମବାସି ସେହି ପାଣି ବ୍ୟବହାର କରି ରୋଗାଗ୍ରସ୍ତ ହେଉଥିବାର ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି । ଗ୍ରାମବାସୀ ମାନେ ସ୍ଥାନୀୟ ଜନ ପ୍ରତିନିଧି ଓ ସରକାରୀ ଅଧିକାରୀଙ୍କୁ ଜଣାଇବା ପରେ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଗୁହାରୀ କରିଛନ୍ତି ଗ୍ରାମବାସୀ । ଏନେଇ ବ୍ଲକ ବିଡ଼ିଓଙ୍କ ସହିତ ଯୋଗାଯୋଗ କରିବା ପରେ ସେ ଏନେଇ ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ସ୍ଥାୟୀ ସମାଧାନ କରାଯିବ ବୋଲି ସୂଚନା ଦେଇଛନ୍ତି ।
ବନ୍ଧଗାଁରେ ଶୁଦ୍ଧ ପାନୀୟଜଳ ପାଇଁ ଡହଳବିକଳ ଗ୍ରାମବାସୀ !!!

