Site icon Awaj Media

ମିଶନ୍ ଅମୃତ ହସ୍ତମ୍ ପକ୍ଷରୁ ୨୬୮ ଓ ୨୬୯ ତମ ସାପ୍ତାହିକ କାର୍ଯ୍ୟକ୍ରମ ସହ ୭୫ତମ ସମୀକ୍ଷା ବୈଠକ ସହ କରୋନା ସଚେତନତା !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଦୁଃଖୀ,ଗରିବ,ଅସହାୟ ଲୋକଙ୍କ ପେଟକୁ ଦାନା, ଦେହକୁ କନା ଯୋଗାଇବା ନିମନ୍ତେ ଅଙ୍ଗିକାରବଦ୍ଧ ଭାବରେ କାର୍ଯ୍ୟ କରିଆସୁଛି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍ ଅନ୍ତର୍ଗତ ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ଦ୍ବାରା ପରିଚାଳିତ କାର୍ଯ୍ୟକ୍ରମ ମିଶନ୍ ଅମୃତ ହସ୍ତମ୍ । ୨୨ ମାର୍ଚ୍ଚ ୨୦୨୦ ମସିହା ଠାରୁ ଅଦ୍ୟାବଧି ୧୮୮୩ ଦିନ ଧରି ନିରବଚ୍ଛିନ୍ନ ପ୍ରକ୍ରିୟାରେ ଜାରି ରହିଛି ଏହି କାର୍ଯ୍ୟକ୍ରମ। ପୁନଶ୍ଚ କରୋନାର ଲହରକୁ ଆଖି ଆଗରେ ରଖି ଜନସାଧାରଣଙ୍କୁ ମାକ୍ସ ଓ ସାନିଟାଇଜର ବଣ୍ଟନ ଜାରି ରହିଛି।ଏହି ପରିପ୍ରେକ୍ଷୀରେ ଫାଉଣ୍ଡେସନର ଦିନ ସଂଖ୍ୟା ୧୮୭୦ରୁ ୧୮୮୩ ପର୍ଯ୍ୟନ୍ତ ଅର୍ଥାତ୍ ୦୪ ମଇ ୨୦୨୫ରୁ ୧୭ ମଇ ୨୦୨୫ ପର୍ଯ୍ୟନ୍ତ ଫାଉଣ୍ଡେସନ ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଡଃ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶକ୍ରମେ ମାଷ୍ଟର ମିହିର କୁମାର, ଶ୍ରୀକ୍ଷେତ୍ର ସାହୁ,ରାହୁଲ ମଲ୍ଲିକ, ବବୁଲୁ କୁମାର ମଲ୍ଲିକ, ଶଶିକାନ୍ତ ପଣ୍ଡା, ପ୍ରଫୁଲ୍ଲ କୁମାର ଦାଶ ଆଦି ପରିଚାଳନା କରିଥିବାର ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନ ବୁଲି ବୁଲି ଲୋକ ମାନଙ୍କୁ ଖାଦ୍ୟ, ବସ୍ତ୍ର , ଓ.ଆର.ଏସ, ମାକ୍ସ୍, ସାନିଟାଇଜର ଆଦି ବଣ୍ଟନ ସହ ପ୍ରଚଣ୍ଡ ରୌଦ୍ରତାପର ହାଲିଆରୁ ରକ୍ଷା ପାଇବା ନିମନ୍ତେ ଛକ ମାନଙ୍କରେ ପଣା ବଣ୍ଟନ କରାଯାଉଥିବାର ଦେଖିବାକୁ ମିଳିଛି । ପ୍ରତି ୨୫ ଦିନରେ କାର୍ଯ୍ୟକ୍ରମ ଗୁଡ଼ିକର ସମୀକ୍ଷା କରାଯାଉଥିବା ବେଳେ ଗତ ୦୯ ତାରିଖ ଶୁକ୍ରବାର ଦିନ ୧୮୭୫ତମ ଦିବସର ୭୫ ତମ ସମୀକ୍ଷା ବୈଠକ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଡ଼ଃ ଚିନ୍ମୟ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇ ଅଛି। ଏଥିରେ ସମୀକ୍ଷକ ଭାବରେ ମାଷ୍ଟର ମିହିର କୁମାର, ସୁମନ ମଲ୍ଲିକ, ଦୀପ୍ତି ରଞ୍ଜନ ପ୍ରଧାନ ଆଦି ଯୋଗଦାନ କରି ଚିନ୍ମୟ ଫାଉଣ୍ଡେସନର ଏହି ଯୁଗାନ୍ତକାରୀ ପଦକ୍ଷେପକୁ ସାଧୁବାଦ ଜ୍ଞାପନ କରିବା ସହ ଆଗାମୀ ଦିନରେ ପୁନଶ୍ଚ ମୁଣ୍ଡ ଟେକିଥିବା ମହାମାରୀ କରୋନାର ଦ୍ଵିତୀୟ ପର୍ଯ୍ୟାୟ ସଚେତନତା କାର୍ଯ୍ୟକ୍ରମ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମରେ କିପରି ଭାବରେ ଅଧିକରୁ ଅଧିକ ଲୋକଙ୍କୁ ଯୋଡ଼ି ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ।

Exit mobile version