Site icon Awaj Media

ଆମରଣ ଅନଶନ ପ୍ରତ୍ୟାହାର କଲେ ସଞ୍ଜୟ ଗାନ୍ଧୀ କଲୋନୀର ବସ୍ତି ବାସିନ୍ଦା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଅତିରିକ୍ତ ଜିଲ୍ଲାପାଳ ଫାଲଗୁନ ମାଝୀଙ୍କ ସହ ଆଲୋଚନା ପରେ 14 ନମ୍ବର ୱାଡ଼ ସଞ୍ଜୟ ଗାନ୍ଧୀ କଲୋନୀର ବସ୍ତି ବାସିନ୍ଦାଙ୍କ ଆମରଣ ଅନଶନ ପ୍ରତ୍ୟାହାର କରିଛନ୍ତି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପୌର ପରିଷଦ ଅଧିନସ୍ଥ 14 ନମ୍ବର ୱାଡ଼ ସଞ୍ଜୟ ଗାନ୍ଧୀ କଲୋନୀର ବସ୍ତି ବାସିନ୍ଦା ମାନେ ତାଙ୍କର ମୌଳିକ ଅଧିକାର ସମସ୍ୟାର ସମାଧାନ ନିମନ୍ତେ ଚାରି ଦିନ ହେବ ଆମରଣ ଅନଶନରେ ବସିଥିଲେ । ଆଜି ଅତିରିକ୍ତ ଜିଲ୍ଲାପାଳ ଫାଲଗୁନ୍ ମାଝୀ, ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ପୋୖର ପରିଷଦ କାର୍ଯ୍ୟ ନିର୍ବାହି ଅଧିକାରୀ ଲକ୍ଷ୍ମଣ ମୁର୍ମୁ ପ୍ରମୁଖଙ୍କ ସହ ଆଲୋଚନା ପରେ ଏକ ଘଣ୍ଟା ତିରିଶ ମିନିଟ ସମୟରେ ଆମରଣ ଅନଶନ ପ୍ରତ୍ୟାହାର କରିଥିଲେ।ସେମାନଙ୍କୁ ଜଳ ପ୍ରଦାନ କରି ଅନଶନ ପ୍ରତ୍ୟାହାର କରାଇଛନ୍ତି ।

Exit mobile version