Site icon Awaj Media

ଡ୍ରିମ୍ ଡାନ୍ସ ଷ୍ଟୁଡିଓ ଉଦଘାଟିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସ୍ଥାନୀୟ ଦୋଳବନ୍ଧ ପାର୍ଶ୍ୱରେ ଡ୍ରିମ୍ ଡାନ୍ସ ଷ୍ଟୁଡ଼ିଓ ଉଦ୍ଘlଟିତ ହୋଇସାରିଛି । ମୁଖ୍ୟ ଅତିଥି ଭାବେ ଗଜପତି ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା , ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା, ବିଶିଷ୍ଟ ଅତିଥି ଭାବେ ସମାଜସେବୀ ବାଳକୃଷ୍ଣ ପାତ୍ର ଯୋଗ ଦେଇଥିବା ବେଳେ ସମଗ୍ର କାର୍ଯ୍ୟକ୍ରମର ସଂଯୋଜିକା ଭାବେ ସ୍ନେହା ବେହେରା ଯୋଗ ଦେଇଥିଲେ । ଅନୁଷ୍ଠାନର ମୁଖ୍ୟ ପ୍ରତିଷ୍ଠାତା ତଥା ନିର୍ଦ୍ଦେଶିକା ସୁଶ୍ରୀ ହିମାନି କବି ଅନୁଷ୍ଠାନର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ସମ୍ପର୍କରେ ପ୍ରାକ୍ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥି ଗଣ ଗୌରବମୟୀ ପାରଳା ‘ ର ଅତୀତର ସମୃଦ୍ଧ ସାଂସ୍କୃତିକ ଗୌରବକୁ ପୁନଃ ବିକାଶ ପାଇଁ ସାଂପ୍ରତିକ ପିଢ଼ିଙ୍କର କର୍ତ୍ତବ୍ୟ ଯଥେଷ୍ଟ ରହିଛି ବୋଲି କହିଥିଲେ।, ଏଥିରେ ଅଭିଭାବଙ୍କର ଦାୟିତ୍ୱ ବୋଧତା, ନୃତ୍ୟାଶିଳ୍ପୀଙ୍କର ସାଧନା ସମ୍ପର୍କରେ ମଧ୍ଯ ଉଦବୋଧନ ଦେଇଥିଲେ । ଭବିଷ୍ୟତରେ ଜିଲ୍ଲାର ସାଂସ୍କୃତିକ ପରିସର ନିଶ୍ଚିତ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି କହିଥିଲେ !

Exit mobile version