Site icon Awaj Media

ଉଇ କେୟାର ଉଇ ଡେୟାର ସ୍ଲୋଗାନ – ପ୍ରମାଣିତ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ପ୍ରମାଣିତ କଲେ ସ୍ଲୋଗାନ ‘ଉଇ କେୟାର ଉଇ ଡେୟାର’କୁ .. ରକ୍ତଦାନ ଶିବିର କରି ବଢ଼ାଇଲେ ଭାଇଚାରା , ଏକତା ବନ୍ଧନରେ ଯୋଡିଲେ ସହରକୁ .. ପାଖାପାଖି ୩୦୦ ୟୁନିଟ ରକ୍ତ ସଂଗୃହୀତ .. ଯୁବପିଢିଙ୍କ ମଧ୍ୟରେ ଉତ୍ସାହ ଓ ପ୍ରେରଣା ଭରିଦେଲେ ସହରର ମୁରବୀ ଓ ବୁଦ୍ଧିଜୀବୀ .. କେବଳ ଅପରାଧ ନିୟନ୍ତ୍ରଣ ନୁହେଁ ଶୃଙ୍ଖଳିତ ସମାଜ ଗଠନ ସହ ଲୋକଙ୍କ ଧନଜୀବନର ସୁରକ୍ଷା ପୋଲିସର ମୂଳଲକ୍ଷ୍ୟ .. ସମସ୍ତଙ୍କ ମୁହଁରୁ ପ୍ରଶଂସାର ସୁଅ । କମିଶନରେଟ ପୋଲିସ ପକ୍ଷରୁ କଟକ ମଙ୍ଗଳାବାଗ ଥାନାରେ ଆୟୋଜିତ ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ନେଇ ବର୍ତ୍ତମାନ ସମସ୍ତଙ୍କ ମୁହଁରୁ ପ୍ରଶଂସାର ସୁଅ । କିଏ କହୁଛି ସ୍ୱାଗତଯୋଗ୍ୟ ପଦକ୍ଷେପ ତ , ଆଉ କିଏ କହୁଛି ଭାଇଚାରା ବୃଦ୍ଧିର ମୁଖ୍ୟ ପୁରୋଧା .. ଅପରାଧ ନିୟନ୍ତ୍ରଣ କରି ଶୃଙ୍ଖଳିତ ସମାଜ ଗଠନରେ ଯେଭଳି ଭୂମିକା ପୋଲିସ ନିର୍ବାହ କରୁଛି , ରକ୍ତଦାନ ମହତ ଦାନ ଭଳି କାର୍ଯ୍ୟକ୍ରମ ଆୟୋଜନ କରି ଲୋକଙ୍କ ଧନଜୀବନର ସୁରକ୍ଷା ପାଇଁ ମଧ୍ୟ ପୋଲିସ ପ୍ରଶାସନ ସେତିକି ଚିନ୍ତିତ ବୋଲି ପ୍ରମାଣିତ ହୋଇଛି । କେବଳ ଏତିକି ନୂହେଁ , ବିଭିନ୍ନ ଅଧିକାରୀଙ୍କ ସଙ୍ଗୀତ ପରିବେଷଣ ଓ ମନୋରଞ୍ଜନ ଦ୍ୱାରା ମଧ୍ୟ ପୋଲିସ ପବ୍ଲିକର ବନ୍ଧୁତ୍ୱ ଓ ଏକତା ଅତ୍ୟନ୍ତ ଆବଶ୍ୟକ ବୋଲି ପ୍ରମାଣିତ ହୋଇଛି ।

Exit mobile version