Site icon Awaj Media

ବଜ୍ରାଘାତରେ ଯୁବକ ମୃତ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଲଘୁଚାପ ପ୍ରଭାବରେ ଘଡଘଡି ସାଙ୍ଗକୁ ଲଗାଣ ବର୍ଷା ଯୋଗୁ କଟକ ଜିଲ୍ଲା ବାଙ୍କୀ ଅଂଚଳ ରେ.ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ! କାଳିପୋଇ ଗ୍ରାମ ପଂଚାୟତ ଅନ୍ତର୍ଗତ କରାଡପଲ୍ଲୀ ଗାଁର ତିନି ଯୁବକ କଳାପଥର ବଜାର ରୁ କାମ ଦାମ ସାରି ଗ୍ରାମ କୁ ଫେରୁଥିବା ବେଳେ ମାତ୍ରାଧିକ ବର୍ଷା ଏବଂ ଘଡଘଡି ମାରୁଥିବାରୁ ଜୋର ନିକଟରେ ଥିବା ଏକ ଆମ୍ବଗଛ ମୂଳେ ଆଶ୍ରୟ ନେଇ ଯାଇଥିଲେ । ତିନି ସାଙ୍ଗ ଏହି ସମୟରେ ଘଡଘଡି ମାରିବାରୁ ତିନି ସାଙ୍ଗ ସେହି ଠାରେ ଟଳି ପଡ଼ିଥିଲେ ।ସେହି ରାସ୍ତା ଦେଇ ଯାଉଥିବା ବାଟୋଇ ଏହି ଘଟଣା ଦେଖିବାରୁ ଘଟଣା ସ୍ଥଳରୁ ତିନି ଜଣଙ୍କୁ ବାଇକ୍ ରେ ବସାଇ କଳାପଥର ଡାକ୍ତରଖାନା ନେଇ ଯାଇଥିଲେ । ତିନି ସାଙ୍ଗ ମଧ୍ୟରୁ ଆକାଶ ନାୟକ ଡକ୍ଟର ମୃତ ଘୋଷଣା କରି ବାଙ୍କି ମେଡିକାଲ କୁ ପୋଷ୍ଟମୋଟମ୍ କରିବା ପାଇଁ ପଠାଇଥିବା ବେଳେ ଅନ୍ୟ ଦୁଇ ଜଣ ସାଙ୍ଗ ସାଧୁ ନାୟକ, ଜଗନ୍ ସେଠୀ କଳାପଥର ମେଡିକାଲ ର ଚିକିତ୍ସିତ ହେଉଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳ ତରଫରୁ ସରକାରୀ ସହାୟତା ପାଇଁ ଦାବି ହେଉଛି ।

Exit mobile version