Site icon Awaj Media

ହୋମଗାର୍ଡ ଇଣ୍ଟରଭ୍ୟୁ ବେଳେ ଜୀବନ ହାରିରେ ଯୁବକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ହୋମଗାର୍ଡ ଶାରୀରିକ ପରୀକ୍ଷା ସମୟରେ ଅଘଟଣ ! ଜଣେ ପ୍ରତିଦ୍ବନ୍ଦିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକ ଜଣକ ହେଲେ ରାମଗିରି ଥାନା ଅନ୍ତର୍ଗତ ପରିସଲ ଗ୍ରାମର ସୁଲନ୍ତ ମିଶାଲ । ଗୁରୁବାର ସକାଳୁ ଶାରିରୀକ ପରୀକ୍ଷା ଆରମ୍ଭ ହୋଇଥଲା । ରାଣିପେଣ୍ଠ ଠାରୁ ପଦ୍ମପୁର ଦୁଇ କିମି ରାସ୍ତାରେ ସକାଳୁ ଦୈାଡ ପରୀକ୍ଷା ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଛି । ଦୈାଡିବା ସମୟରେ ଏମାନେ ହଠାତ୍ ତଳେ ପଡ଼ିଯିବା ପରେ ଗୁରୁତର ହୋଇ ପଡ଼ିବାରୁ ସେମାନଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ମୂଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଡାକ୍ତର ସୁଲନ୍ତଙ୍କୁ ମୃତ ଘୋଷଣା କରିଥିଲେ। ସମାନ ପରିସ୍ଥିତିରେ ଅନ୍ୟ ୭ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଆହତ ମାନେ ହେଲେ ପାରଳାଖେମୁଣ୍ଡିର ପି.ବାବୁଜୀ, ଗୁମ୍ମାର ଅର୍ଫନ ପାଣି, ଗୋଷାଣୀର ସଞ୍ଜୟ ଶବର, କାଶୀନଗର ର ବାଳକୃଷ୍ଣ ଲିମ୍ମା, ନାରାୟଣପୁରର ଦୀପକ ପାଡାଲ, ଗୁରାଣ୍ଡିର ଶିବ ପ୍ରସାଦ ମହାପାତ୍ର। ଅନ୍ୟ ୨ ଜଣ ଆହତଙ୍କ ପରିଚୟ ମିଳି ପାରିନାହିଁ !

Exit mobile version