Site icon Awaj Media

ବାଙ୍କୀ ଉପଖଣ୍ଡର ଯୁକ୍ତ ଦୁଇ କଳା ଟପରଙ୍କୁ ସମ୍ବର୍ଦ୍ଧନା !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ନିକଟରେ ପ୍ରକାଶ ପାଇଥିବା +୨ କଳା ପରୀକ୍ଷା ଫଳରେ ବାଙ୍କୀ ଉପଖଣ୍ଡରେ ଡମପଡା ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ରୀ ଅନୁ ବାରିକ ସର୍ବ ଶ୍ରେଷ୍ଠ ନମ୍ବର ରଖିଛନ୍ତି | ଝିଅର ଏହି ସଫଳତା କଥା ଗଣମାଧ୍ୟମରୁ ଶୁଣି ତାଳବସ୍ତ ସେବା ସମବାୟ ସମିତିର ସଭାପତି ତଥା ଯୁବ ଶିଳ୍ପଦ୍ୟୋଗୀ ଅକ୍ଷୟ କୁମାର ବେହେରା ତାଙ୍କ ବାସଭବନକୁ ଯାଇ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି | ଅନୁ ବାରିକ ଙ୍କର ଆଗକୁ +୩ ପଢ଼ାର ସମସ୍ତ ପାଠ୍ୟ ଉପକରଣ ଖର୍ଚ୍ଚ ବହନ କରିବେ ବୋଲି ପରିବାରଙ୍କୁ କଥା ଦେଇଛନ୍ତି | ଏଠାରେ ସୂଚନାଯୋଗ୍ୟ ଯେ, ଏହି ଗରିବ ମେଧାବୀ ଛାତ୍ରୀ ଜଣଙ୍କର ବାପାଙ୍କର କିଛି ବର୍ଷ ପୂର୍ବେ ଦେହାନ୍ତ ହୋଇଯାଇଛି | ନିଜ ମା ଅରପୁର ପ୍ରାଥମିକ ବିଦ୍ୟାଳୟରେ ରୋଷେୟା ସହାୟକ ଭାବେ କାର୍ଯ୍ୟ କରୁଛନ୍ତି | ବିନା ଟିୟୁସନ ଏବଂ ମୋଵାଇଲ ରେ ବାଙ୍କୀ ଉପଖଣ୍ଡରେ ଅନୁଙ୍କ ଶୀର୍ଷସ୍ଥାନ ନେବା ଅନ୍ୟ ଛାତ୍ରଛାତ୍ରୀଙ୍କ ମାନଙ୍କ ପାଇଁ ଆଦର୍ଶ ଓ ପ୍ରେରଣା ପାଲଟିଛି |

Exit mobile version