Site icon Awaj Media

ରାମଚରିତ ମାନସ କାର୍ଯ୍ୟକ୍ରମରେ ଯୋଗଦେଲେ ଦଶପଲ୍ଲା ବିଧାୟକ !!!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଗୁମି ଏବଂ କାପ୍ତାପଲ୍ଲୀ ଗ୍ରାମପଞ୍ଚାୟତ ର କିଛି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା l ଗୁମି ଗ୍ରାମରେ ଅନୁଷ୍ଠିତ ହେଉଥିବା ରାମଚରିତ ମାନସ କାର୍ଯ୍ୟକ୍ରମରେ ସର୍ବପ୍ରଥମେ ଯୋଗଦେଇ ଶ୍ରୀରାମଙ୍କୁ ଦର୍ଶନ କରିଥିଲେ l ପରେ ପରେ କାପ୍ତାପଲ୍ଲୀ ଗ୍ରାମର ଆଶାକର୍ମୀ ତଥା ସମାଜସେବି ହିଙ୍ଗୁଳା ବେହେରା ଙ୍କ ଦଶାହ କୁ ଯାଇ ଶୋକସନ୍ତପ୍ତ ପରିବାର କୁ ଭେଟି ସ୍ବର୍ଗତ ହିଙ୍ଗୁଳା ଙ୍କ ଉଦେଶ୍ୟରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଥିଲେ l ତାଙ୍କ ସହ ଥିଲେ ନୂଆଗାଁ ବ୍ଲକ ଅଧକ୍ଷ୍ୟା ଙ୍କ ପ୍ରତିନିଧି ତଥା ସମାଜସେବୀ ଶଙ୍କର୍ଷଣ ବେହେରା l ସମିତି ସଭ୍ୟା ସଂଜୀବ କୁମାର ଡାକୁଆ ଏବଂ ଅନ୍ୟମାନେ l ବିଧାୟକ ଶ୍ରୀ ବେହେରା ଙ୍କ ଏଭଳି ସାଧାରଣ ଲୋକଙ୍କ ପାଖରେ ସାଧାରଣ ଲୋକଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ସାଧାରଣରେ ଚର୍ଚ୍ଚା ହେଉଛି ବିଧାୟକ ହେବ ତ ଏମିତି l

Exit mobile version