Site icon Awaj Media

ବିଶ୍ବ ପରିବେଶ ଦିବସରେ ଜିଲ୍ଲା ଆଇନ ସେବା ପ୍ରାଧିକାରଣ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଜାତୀୟ ଆଇନ ସେବା ପ୍ରାଧିକାରଣ ଏବଂ ରାଜ୍ୟ ଆଇନ ସେବା ପ୍ରାଧିକାରଣ ଙ୍କ ନିର୍ଦେଶ ଅନୁଯାଇ, ଜିଲ୍ଲା ଆଇନ ସେବା ପ୍ରାଧିକାରଣ, ଗଜପତି ଦ୍ୱାରା ବିଶ୍ୱ ପରିବେଶ ଦିବସ ଅବସରରେ ଉତ୍କଳ ବାଳ ଆଶ୍ରାମ, ହାତିବାଦୀ, ପାରଳାଖେମୁଣ୍ଡି ରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି ! ଏହି ଅବସରରେ, ବିଭିନ୍ନ ପ୍ରଜାତିର ପ୍ରାୟ 50 ଟି ଗଛର ଚାରା ରୋପଣ କରାଯାଇଥିଲା ଏବଂ ଅନ୍ତେବାସୀଙ୍କୁ eco-friendly ବ୍ୟାଗ ପ୍ରଦାନ କରାଯାଇଥିଲା ! ଏହି ଶୁଭ ଅବସରରେ, ଶ୍ରୀ ବିମଲ ରାଉଳ, ସଚିବ,ଜିଲ୍ଲା ଆଇନ ସେବା ପ୍ରାଧିକାରଣ, ଗଜପତି ଅଧ୍ୟକ୍ଷତା କରିଥିଲେ ଏବଂ ପରିବେଶ କିପରି ପ୍ରଦୂଷଣ ମୁକ୍ତ କରାଯିବ ସେ ବିଷୟରେ ସଚେତନତା ସୃଷ୍ଟି କରିଥିଲେ ! ଶ୍ରୀ ଅରୁଣ କୁମାର ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶ୍ରୀ ସୁଶାନ୍ତ ରଞ୍ଜନ ଦାସ, ଉପ -ଉଦ୍ୟାନ ଅଧିକାରୀ, ଶ୍ରୀ ସୋଲମାନ ରାଇକା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଶ୍ରୀ ଗଣେଶ କୁମାର ପ୍ରଧାନ, ଫୋରେଷ୍ଟର, ପାରଳାଖେମୁଣ୍ଡି ଏବଂ ସମିଳିତ ଭାବେ ସମାବେଶକୁ ସମ୍ବଧନ କରି ପରିବେଶର ଗୁରୁତ୍ୱ ଓ ପରିବେଶ ସୁରକ୍ଷା ପାଇଁ ବିକଳ୍ପ ପଥ ବିଷୟରେ ଆଲୋକପାତ କରିଥିଲେ !

Exit mobile version