Site icon Awaj Media

ବିକଶିତ କୃଷି ସଂକଳ୍ପ ଅଭିଯାନ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଖୋର୍ଦ୍ଧା ବ୍ଲକ ଅଧିନସ୍ଥ ଗୋଳବାଇ ଓ ନରଣଗଡ଼ ପଞ୍ଚାୟତରେ କୃଷକ ବନ୍ଧୁ ମାନଙ୍କୁ ନେଇ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବି ନାରାୟଣ ସେନାପତି ପୌରୋହିତ୍ୟ କରିଥିଲେ | ଜିଲ୍ଲା କୃଷି ଅଧିକାରୀ ମନୋରଞ୍ଜନ ରାଉଳ, ସାଇଣ୍ଟିଷ୍ଟ ସୁରେନ୍ଦ୍ର ସିଂହ, ସୁକାନ୍ତି ବେହେରା, ପ୍ରିନ୍ସପାଲ ସାଇଣ୍ଟିଷ୍ଟ ଡ଼ ଜି ସାହା, ସହକାରୀ କୃଷି ଅଧିକାରୀ ଗାୟତ୍ରୀ ମହାପାତ୍ର, କୃଷି ବୈଷୟିକ ପରିଚାଳିକା(ଆତ୍ମା) ଚିନ୍ମୟୀ ତ୍ରିପାଠୀ, ଆତ୍ମା ଅଧକ୍ଷ ରୁଦ୍ରଭାନୁ ନରେନ୍ଦ୍ରଜିତ ସିଂହ, ଯନ୍ତ୍ରୀ ଡ଼ ପ୍ରେରଣା ଜେନା, ଏସପିଡ଼ବ୍ଲୁ ଶିବନ୍ତିକା ସାହୁଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ କୃଷି ବିଭାଗ ଅଧିକାରୀ ପ୍ରମୁଖ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମର ଉଦେଶ୍ୟ ଓ ମହତ୍ୱ ସମ୍ପର୍କରେ ଉପସ୍ଥିତ ଚାଷୀ ମାନଙ୍କୁ ଅବଗତ କରାଇଥିଲେ | ଅନୁରୂପ ଭାବେ ଚାଷୀ ଭାଇଙ୍କ ନିମନ୍ତେ ସରକାରଙ୍କ ପକ୍ଷରୁ ହୋଇଥିବା ସ୍କିମ, ପ୍ରୋଜେକ୍ଟ ଓ ଅନୁସଙ୍ଗିକ ଜ୍ଞାନ କୌଶଳ ବିଷୟରେ ଚାଷୀ ଭାଇ ମାନଙ୍କୁ ସୁପରାମର୍ଶ ଦେଇଥିଲେ | ସ୍ଥାନୀୟ ଅଞ୍ଚଳର ଶହଶହ ସଂଖ୍ୟାରେ ଚାଷୀ ଭାଇଙ୍କ ସମେତ ସ୍ଥାନୀୟ ସରପଞ୍ଚ, ୱାର୍ଡସଭ୍ୟ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, କୃଷକ ସାଥିଙ୍କ ସମେତ ଅନେକ ମହିଳା କୃଷକ ଉପସ୍ଥିତ ଥିଲେ | ଶେଷରେ ଖୋର୍ଦ୍ଧା ବ୍ଲକ ଗୋଷ୍ଠି କୃଷି ଅଧିକାରିଣୀ ଦେବସ୍ମିତା ଶୁଭଦର୍ଶିନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ |

Exit mobile version