Site icon Awaj Media

ସାପୁଆ ବଡଯୋର ମଧ୍ୟମ ଜଳସେଚନ ମୁଖ୍ୟ ବାମ ପାର୍ଶ୍ଵ କେନାଲ କାର୍ଯ୍ୟ ରେ ମହାଦୁର୍ନୀତି !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ସାପୁଆ ବଡଯୋର ମଧ୍ୟମ ଜଳସେଚନ ମୁଖ୍ୟ ବାମ ପାର୍ଶ୍ଵ କେନାଲ କାର୍ଯ୍ୟ ରେ ମହାଦୁର୍ନୀତି l ମାଟି ଉପରେ ନାମକୁ ମାତ୍ର ସିମେଣ୍ଟ ଚଟାଇ ଲକ୍ଷ ଲକ୍ଷ ଟଙ୍କା ଖାଇ ଦେଲେ ଯନ୍ତ୍ରୀ ଓ ଠିକାଦାର l ଏହିପରି ଏକ ମହାଦୁର୍ନୀତି ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରେ ଥିବା ସାପୁଆ ବଡଯୋର ମଧ୍ୟମ ଜଳସେଚନ ମୁଖ୍ୟ ବାମ ପାର୍ଶ୍ଵ କେନାଲ କାର୍ଯ୍ୟ ରେ l ନୁଆବଗ ଠାରୁ ଭକ୍ତପୁର ପର୍ଯ୍ୟନ୍ତ କେନାଲ କାମରେ ମହାଦୁର୍ନୀତି ଦେଖିବାକୁ ମିଳିଛି l ଏହି କେନାଲ କାର୍ଯ୍ୟ ରେ କୌଣସି ବାଲି ଲାଗିନାହିଁ ମାଟି ଉପରେ ନାମକୁ ମାତ୍ର ସିମେଣ୍ଟ ଦେଇ ତା ସହିତ କ୍ରସର ଗୁଣ୍ଡ ଫେଣ୍ଟି କାର୍ଯ୍ୟ ଚାଲୁଛି l ଏହି କାର୍ଯ୍ୟ କୁ ତଦାରଖ କରିବା ପାଇଁ ଯନ୍ତ୍ରୀ ଉପସ୍ଥିତିରେ କାମ ହେବା କଥା କିନ୍ତୁ ଏଠି ଯନ୍ତ୍ରୀ କିମ୍ବା ସହକାରୀ ଯନ୍ତ୍ରୀ ଉପସ୍ଥିତ ନ ହୋଇ ଠିକାଦାରର କାର୍ଯ୍ୟ ବୁଝୁଥିବା ଲୋକ ଯନ୍ତ୍ରୀ କାର୍ଯ୍ୟ ତୁଲାଉ ଥିବା ଦେଖିବାକୁ ମିଳିଛି ଏହି କାର୍ଯ୍ୟ ନିମ୍ନ ରୁ ଅତି ନିମ୍ନ ଭାବେ ଖୁଲମ ଖୁଲା ଭାବେ ଚାଲୁଛି ନୂଆ ସରକାର ଆସିବା ପରେ ସମସ୍ତେ ଭାବୁଥିଲେ ଯେ ଏହି ସରକାର ଦୁର୍ନୀତି କୁ ପ୍ରଶୟ ଦେବ ନାହିଁ କିନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ବିଭାଗରେ ଥିବା ଏହି ଜଳ ସେଚନ ବିଭାଗ ଦୁର୍ନୀତି ସବୁ ଦୁର୍ନୀତି ଠାରୁ ଆଗରେ ଦେଖନ୍ତୁ କିପରି ମାଟି ଉପରେ ସିମେଣ୍ଟ ଲେପ ଦେଇ କେନାଲ କାର୍ଯ୍ୟ କେତେ ନିମ୍ନ ମାନର ଚାଲିଛି l ଯଦି ମୁଖ୍ୟମନ୍ତ୍ରୀଙ୍କ ବିଭାଗରେ ଏହିପରି ଦୁର୍ନୀତି ଚାଲିଛି ତାହା ହେଲେ ଅନ୍ୟ ବିଭାଗ କଥା କଣ କହିବା ତେଣୁ ଯାହା ଜଣା ପଡ଼ୁଛି ଯେଉଁ ମଦ ସେହି ବୋତଲ ଖାଲି ଲେବୁଲ ଅଲଗା l ଏହି ଦୁର୍ନୀତି କାର୍ଯ୍ୟକୁ ନିଜେ ମୁଖ୍ୟମନ୍ତ୍ରୀ ତଦନ୍ତ କରି ଯନ୍ତ୍ରୀ ଓ ଠିକାଦାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କଣ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା l

Exit mobile version