Site icon Awaj Media

କାଶୀନଗର ବ୍ଲକ ଓ ଗୋଷାଣୀ ବ୍ଲକ ଠାରେ ସାଂସଦ ପ୍ରତିନିଧି ଙ୍କୁ ମିଳୁନି ଉଚିତ୍ ସମ୍ମାନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା କାଶୀନଗର ଓ ଗୋଷାଣୀ ବ୍ଲକ ଠାରେ ବିଭିନ୍ନ ସମୟରେ ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚାୟତ ସମିତି ବୈଠକ ଓ ଅନ୍ୟାନ୍ୟ ବୈଠକ ଅନୁଷ୍ଠିତ ହେଉଛି ! କିନ୍ତୁ ଏହି ବୈଠକ ଗୁଡିକରେ ବ୍ରହ୍ମପୁର ସାଂସଦ ପ୍ରତିନିଧି ମାନଙ୍କୁ ସଠିକ ସମ୍ମାନ ଦେଉନି ବ୍ଲକ ପ୍ରଶାସନ, ଏନେଇ ପ୍ରତିନିଧି ମାନେ ବାରମ୍ବାର ଅଭିଯୋଗ କରିଲେ ମଧ୍ୟ ସୁଫଳ ମିଳୁନି ! ତେଣୁ ଆଜି କାଶୀନଗର ବ୍ଲକ କାର୍ଯ୍ୟାଳୟ ଠାରେ ବୈଠକ ଚାଲୁଥିବା ବେଳେ ସାଂସଦ ପ୍ରତିନିଧି ଆର. ସତୀଶ ବ୍ଲକ ପ୍ରଶାସନ ର ଏଭଳି ପାତର ଅନ୍ତର ନୀତି କୁ ବିରୋଧ କରି ଚଟାଣ ତଳେ ବସି ବୈଠକ ରେ ଯୋଗ ଦେଇଥିଲେ ! ଯଦ୍ୱାରା ଆଗମୀ ଦିନରେ ବ୍ଲକ ପ୍ରଶାସନ କୁ ସଦବୁଦ୍ଧି ଆସିବ ଓ ଏହିପରି କାର୍ଯ୍ଯ ରୁ ନିବୃତ ରହିବେ ବୋଲି ସାଂସଦ ପ୍ରତିନିଧି କହିଥିଲେ।

Exit mobile version