Site icon Awaj Media

ନିଶୁକ୍ଳ ଆଇନ ସେବା ପାଇଁ ଭ୍ରାମ୍ୟମାଣ ରଥ ପରିକ୍ରମା !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ରାଜ୍ୟ ଆଇନ୍‌ସେବା ପ୍ରାଧିକରଣ କଟକ ଙ୍କ ତରଫରୁ ନିଃଶୁକ୍ଳ ଆଇନସେବା ଓ ଲୋକ ଅଦାଲତ ପାଇଁ ଭାମ୍ୟମାଣ ରଥକୁ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମାଛଖଣ୍ଡ ସ୍ବାଗତ କରିବା ସହିତ ଜିଲ୍ଲାର କୋଣ ଅନୁକୋଣରେ ଏହି ରଥ ପହଂଚି ନିଃଶୁକ୍ଳ ଆଇନସେବା ଏବଂ ଲୋକ ଅଦାଲତ ସମ୍ବନ୍ଧରେ ଜନସାଧାରଣଙ୍କ ନିକଟରେ ବାର୍ତ୍ତା ପହଚାଁଇବାକୁ ଏହାର ଶୁଭାରମ୍ଭ କରିଥିଲେ । ସକାଳ ୯ ଘଣ୍ଟା ସମୟରେ ଗ୍ରାମ୍ୟମାଣ ରଥ କୋର୍ଟ ପରିସରରେ ପହଞ୍ଚିବା ପରେ ଅଧିକାର ମିତ୍ର ପ୍ରାଧି କରଣ କର୍ମଚାରୀ, ପ୍ରାଧି କରଣ ସଦସ୍ୟା, ପ୍ରାଧିକରଣ ତରଫରୁ ନିଯୁକ୍ତ ଓକିଲଙ୍କୁ ନେଇ ନିଃଶୁକ୍ଳ ଆଇନ୍‌ସେବା ଏବଂ ଲୋକ ଅଦାଲତର ପ୍ରଚାର ପ୍ରସାର ପାଇଁ ବାହାରିଥିଲେ । ସଚିବ ଶ୍ରୀମତୀ ମାଛଖଣ୍ଡ ମଧ୍ୟ ନିଜେ ନୟାଗଡ଼ ସହରେ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଥିଲେ । ଏହି ଗ୍ରାମ୍ୟମାଣ ରଥ ପ୍ରଥମ ଦିବସରେ ନୟାଗଡ଼, ନୂଆଗାଁ, ଦଶପଲ୍ଲା ବ୍ଲକ୍‌ର ବିଭିନ୍ନ ପଞ୍ଚାୟତ, ଗ୍ରାମାଞ୍ଚଳର ଅବହେଳିତ ଗ୍ରାମରେ ଡାକବାଜି ଯନ୍ତ୍ର ଓ ପ୍ରଚାର ପତ୍ର ମାଧ୍ୟମରେ ନିଃଶୁକ୍ଳ ଆଇନ୍‌ସେବା କ’ଣ ଏବଂ ଲୋକ ଅଦାଲତ କ’ଣ ଏହାର ସୁଯୋଗ ନେବାଳୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଦ୍ଵିତୀୟ ଦିବସରେ ଗଣିଆ, ଖଣ୍ଡପଡ଼ା, ଭାପୁର ଠିକ ସେହିପରି ତୃତୀୟ ଦିବସରେ ରଣପୁର, ଓଡ଼ଗାଁ ବ୍ଲକ୍‌ର ଗ୍ରାମାଞ୍ଚଳରେ ପ୍ରଚାର କରିଥିଲେ । ୧୫୧୦୦ ନମ୍ବରକୁ ଫୋନ୍ କରି ନିଃଶୁକ୍ଳ ଆଇନ୍‌ସେବା ପାଇବା ପାଇଁ ଅଧୂକାରମିତ୍ରମାନେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ନିଃଶୁକ୍ଳ ଆଇନ୍‌ସେବା ପାଇବା ପାଇଁ ଗ୍ରାମ୍ୟମାଣ ରଥ ୩ଦିନ ଧରି ଜନସାଧାରଣଙ୍କ ନିକଟତର ହେବାରେ ସମ୍ପୂର୍ଣ ସହଯୋଗ କରିଥିଲେ ଅଧିବକ୍ତା ରମେଶଚନ୍ଦ୍ର ମହାରଣା, କାମାକ୍ଷା ପ୍ରସାଦ ଦାଶ, ସ୍ୱେଚ୍ଛାସେବୀ ଅମନ୍ ମିଶ୍ର, ପ୍ରାଧିକରଣ ସଦସ୍ୟା କ୍ଷଣପ୍ରଭା କର, ଅର୍ଧକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା, ଲିପ୍‌ସା ଦାସ, ସନ୍ଧ୍ୟାରାଣୀ ବେହେରା, ମମତା ବେହେରା, ରାଜେଶ କୁମାର ମିଶ୍ର, ପୂଜା ନାୟକ, ପ୍ରଣତୀ ପରିଡା, ଅନୁପମା ରାଉତ, ଶୁବାସିନୀ ମହାପାତ୍ର, ଏସ୍. ଇପ୍‌ସିତା ଦେବଦର୍ଶିନୀ, କୃପାସିନ୍ଧୁ, ବାସୁଦେବ, ସୂର୍ଯ୍ୟ, ବିଷ୍ଣୁଚରଣ ପଟ୍ଟନାୟକ ଏବଂ ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା, ପ୍ରଶାନ୍ତ କୁମାର ସାହୁ, ଗଦାଧର ବିଶ୍ୱାଳ, ରାଜେଶ କୁମାର ବାରିକ ପ୍ରମୁଖ ସାମିଲ ହୋଇଥିଲେ ।

Exit mobile version