Site icon Awaj Media

AIMRA ନୟାଗଡ଼ ତରଫରୁ ରକ୍ତ ଦାନ ଶିବିର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ଼ରେ ଅଲ ଇଣ୍ଡିଆ ମୋବାଇଲ ରିଟେଲର ଆସୋସିଏସନ(AIMRA) ତରଫରୁ ରକ୍ତଦାନ ଶିବିର ଖୋଲା ଯାଇଥିଲା। ମୁଖ୍ୟ ଅତିଥି ଭାବେ ନୟାଗଡ଼ ମୁନିସିପାଲିଟି ଚେୟାରମ୍ୟାନ ଶ୍ରୀମତୀ ନିରୁପମା ଖଟେଇ ଯୋଗ ଦେଇଥିଲେ। ମେଡିକାଲ ଅଫିସର ଡାକ୍ତର ସମ୍ବିତ କୁମାର ସାହୁ , ମେଡିକାଲ କର୍ମଚାରୀ ଅଜୟ କୁମାର ପଟ୍ଟନାୟକ, ଦେବାଶିଷ ରାଉତ,ସନ୍ତୋଷ ସାମନ୍ତସିଂଘା, ରଂଜିତ ସାଥୁଆ ଉପସ୍ଥିତ ଥିଲେ। ସର୍ବମୋଟ ୨୫ ୟୁନିଟ ବ୍ଲଡ ସଂଗ୍ରହ ହୋଇଥିଲା। AIMRA ନୟାଗଡ଼ ଜିଲ୍ଲା ସଭାପତି ସରୋଜ କୁମାର ହଜାରୀ,ଉପସଭାପତି ଜ୍ଞାନ ରଞ୍ଜନ ସାହୂ, ସେକ୍ରେଟାରୀ ରବୀନ୍ଦ୍ର କୁମାର ସାହୂ ଏବଂ ଜଏଣ୍ଟ ସେକ୍ରେଟାରୀ ଶେଖ ଅବଦୁଲ ରଶିଦ ତରଫରୁ ଖରାଦିନେ ରକ୍ତର ଅଭାବ ପରିସ୍ଥିତିକୁ ଦେଖି କାହାର ରକ୍ତ ଅଭାବ ଜନିତ ମୃତ୍ୟୁ ନହେଉ ସେଥିପାଇଁ ରକ୍ତଦାନ ଶିବିର କରାଯାଇଥିଲା। ୨୫ ଜଣ ବ୍ୟକ୍ତି ରକ୍ତଦାନ କରିଥିଲେ।

Exit mobile version