Site icon Awaj Media

ଶ୍ରୀ ରଙ୍କନାଥ ଦେବଙ୍କ ପୀଠରେ ରୁକ୍ମିଣି ବିବାହ : ଗୁଆଲି ଯାତ୍ରାରେ ନଗର ଭ୍ରମଣ କଲେ ନବଦମ୍ପତି !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜ୍ୟେଷ୍ଠ ଶୁକ୍ଳ ଏକାଦଶୀରେ ପବିତ୍ର ରୁକ୍ମିଣି ବିବାହ ଉତ୍ସବ, ଲୀଳାକ୍ଷେତ୍ର ବାଣପୁରର ଆରାଧ୍ୟ ଠାକୁର ଶ୍ରୀ ରଙ୍କନାଥ ଦେବଙ୍କ ଚଳନ୍ତି ପ୍ରତିମା ଶ୍ରୀ ମଦନମୋହନ ଦେବଙ୍କ ସହିତ ରୁକ୍ମିଣି ଦେବୀଙ୍କ ଶୁଭ ବିବାହ ମନ୍ଦିର ପ୍ରାଙ୍ଗଣରେ ଶୁଭ ଲଗ୍ନରେ ମହା ଆନନ୍ଦ ଉଲ୍ଲାସର ସହିତ ସମାହିତ ହୋଇଯାଇଛି। ଶୁକ୍ଳ ଦ୍ଵାଦଶୀରେ ନବ ବିବାହିତ ଦେବ ଦମ୍ପତିଙ୍କ ଶିବ ଦର୍ଶନ, ନଗର ପରିଭ୍ରମଣ,ଯାହାକୁ ଗୁଆଲି ଯାତ୍ରା ବୋଲି କୁହାଯାଏ ,ସଂଧ୍ୟାରେ ବିରାଟ ଥାଟ ପଟୁଆରରେ ଦେବଦମ୍ପତି ବାଣପୁରର ପ୍ରାଚୀନ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଦକ୍ଷେଶ୍ଵର ମହାଦେବଙ୍କ ମନ୍ଦିରକୁ ବିଜେ କରିଥିଲେ।ସେଠାରେ ଶ୍ରୀ ଚନ୍ଦ୍ରଶେଖର ଦେବଙ୍କ  ଦର୍ଶନ ପରେ ଏକତ୍ର ହରିହର ଭେଟ ହୋଇଏକ ଆସନରେ ଉପବେଶନ କରିବା ପରେ ପରିଛା ମହାପାତ୍ରେ ଦେବା ଦେବୀଙ୍କୁ ଶୀତଳ ମଣୋହୀ କରି ଆଳତି ବଢାଇଥିଲେ ।ଘଣ୍ଟା ଘଣ୍ଟ କାହାଳୀ ସଂକିର୍ତ୍ତନ ବାଦ୍ୟ ,ହରିବୋଲ ହୁଳହୁଳି ଧ୍ଵନୀରେ ମନ୍ଦିର ପରିସର ଉଚ୍ଛୁଳି ପଡିଥିଲା । ଦେବଦେବ ମହାଦେବ ଚନ୍ଦ୍ରଶେଖର ଦେବ ଦମ୍ପତ୍ତି ଶ୍ରୀ ମଦନମୋହନ ଦେବ ଓ ମାତା ରୁକ୍ମିଣି ଦେବୀଙ୍କୁ ଏକତ୍ର ଦର୍ଶନ କରି କୃପା ଲାଭ କରିବାପାଇଁ ଅଗଣିତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ପରେ ଦେବ ଦମ୍ପତ୍ତି ବାଣପୁର ନଗର ଭ୍ରମଣ କରି ସ୍ଵମନ୍ଦିରକୁ ବିଜେ କରିଥିଲେ ।ପରେ ମନ୍ଦିର ପ୍ରସାଶନ, ଏବଂ ଶ୍ରଦ୍ଧାଳୁଙ୍କ ମିଳିତ ସହଯୋଗରେ ଭକ୍ତମାନଙ୍କୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। I

Exit mobile version