ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ରୁଙ୍ଗୁଟା ଷ୍ଟିଲ କମ୍ପାନୀ ରେ କାର୍ଯ୍ୟରତ ଶ୍ରମିକ ବିଦ୍ୟୁତ ଆଘାତରେ ମୃତ l ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଗାଲପଡା ପଞ୍ଚାୟତର ଝାଡବନ୍ଧ ଠାରେ ଥିବା ରୁଙ୍ଗୁଟା ଷ୍ଟିଲ କମ୍ପାନୀ ରେ କଡଲା ପଞ୍ଚାୟତର କଡଲା ଗ୍ରାମର ମୁନା ଗୋଚ୍ଛାୟତ ଠିକା ଶ୍ରମିକ ଭାବେ କମ କରୁଥିଲେ ! ସେ ବିଦ୍ୟୁତ୍ କାମ କରୁଥିବା ସମୟରେ ବିଦ୍ୟୁତ୍ କରେଣ୍ଟ ରେ ମୃତ୍ୟ ହୋଇଥିଲା l ଏହି ଘଟଣା ପ୍ରଚାରିତ ହେବାରୁ କଡଲା ଗ୍ରାମର ମୃତ୍ୟୁ ବରଣ କରିଥିବା ପରିବାର ଲୋକ ଓ ଗ୍ରାମବାସୀ ମାନେ ଶବକୁ ଦେବା ପାଇଁ ରୁଙ୍ଗୁଟା କମ୍ପାନୀ ମୁଖ୍ୟ ଫାଟକ ଆଗରେ ଧାରଣାରେ ବସିଥିଲେ ! ଏହି ସମୟରେ ମୋଟଙ୍ଗା ଥାନା ଅଧିକାରୀ ପହଞ୍ଚି ଧାରଣା ରେ ବସିଥିବା ମୃତକଙ୍କ ପରିବାର ଲୋକଙ୍କୁ ଧାରଣା ରୁ ଉଠିଯିବା ପାଇଁ କହିବାରୁ ଉତ୍ତେଜନା ତୀବ୍ର ହୋଇଥିଲା ! ଥାନା ଅଧିକାରୀ ଦୀପକ କୁମାର ଲେଙ୍କା ଓ ମହିଳା ପୋଲିସ ମାନେ ମୃତକ ପରିବାର କୁ ଠେଲା ଠେଲି କରି ଥିବାର ଦେଖିବାକୁ ମିଳିଥିଲା ! ତେଣୁ ଏହିପରି ପୋଲିସ ର କାର୍ଯ୍ୟକୁ ବିରୋଧ କରି ମୃତକ ପରିବାର ଓ ଗ୍ରାମବାସୀ ମାନେ କମ୍ପାନୀ ଫାଟକ ଆଗରେ ବସି ରହିଥିଲେ ! ଖବର ପାଇ ହିନ୍ଦୋଳ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସତ୍ୟ କୁମାର ନନ୍ଦ ଘଟଣା ସ୍ଥଳରେ ପହଞ୍ଚି ମୃତକ ଙ୍କ ପରିବାରକୁ ବୁଝା ଶୁଝା କରିଥିଲେ l
ରୁଙ୍ଗୁଟା ଷ୍ଟିଲ କମ୍ପାନୀ ରେ କାର୍ଯ୍ୟରତ ଶ୍ରମିକ ବିଦ୍ୟୁତ ଆଘାତରେ ମୃତ !!!

