Site icon Awaj Media

ବିଶ୍ବ ଶିଶୁ ଶ୍ରମିକ ବିରୋଧ ଦିବସ ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କାଶୀନଗର ବ୍ଲକ ଅନ୍ତର୍ଗତ ହଡୁଭଙ୍ଗି ଗ୍ରାମର କଲ୍ୟାଣ ମଣ୍ଡପରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଜପତି ଙ୍କ ପକ୍ଷରୁ ‘ବିଶ୍ୱ ଶିଶୁ ଶ୍ରମିକ ବିରୋଧ ଦିବସ’ ପାଳନ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ନ୍ୟାୟାଧୀଶ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକାରଣ, ଗଜପତି, ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିଶୁମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ଆଇନ ଓ ବ୍ୟବସ୍ଥା ବିଷୟରେ ଉପସ୍ଥିତ ଲୋକଙ୍କୁ ସଚେତନ କରାଇଥିଲେ ! ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକାରଣର ସଚିବ, ଶ୍ରୀ ବିମଳ ରାଉଳ, ପାରଳାଖେମୁଣ୍ଡି ଓକିଲ ସଂଘର ସଭାପତି,ଶ୍ରୀ ଜିତେନ୍ଦ୍ର ପଟ୍ଟନାୟକ, ଗୁମ୍ମୁଡୁ ଚିତି ବାବୁ,ବରିଷ୍ଟ ଓକିଲ, ହଡୁଭଙ୍ଗି ଗ୍ରାମପଞ୍ଚାୟତ ସରପଞ୍ଚ ଟି. ଶଙ୍କର ରାଓ, ଜି. ବଡତାୟ (ଡିସିପିଓ ପ୍ରତିନିଧି) ଏବଂ ଜେ. ନର୍ମଦା ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରିଣୀ, କାଶୀନଗର ଉପସ୍ଥିତ ଥିଲେ। ସମସ୍ତ ଅତିଥିମାନେ ଶିଶୁ ଶ୍ରମ ହେବାର କାରଣ, ଏହାର କୁଫଳ ଓ ଏହାକୁ କିପରି ସମାଜରୁ ହଟାଯିବ ତାହା ବିଷୟରେ ସ୍ଥାନୀୟ ଗ୍ରାମବାସୀମାନେ ଓ ଅନ୍ୟାନ୍ୟ ଉପସ୍ଥିତ ଲୋକଙ୍କୁ ସଚେତନ କରିଥିଲେ।

Exit mobile version