Site icon Awaj Media

ମଉକା ଦେଖି ଚୌକା ମାରିଦେଲେ ବାଙ୍କୀ ବିଜେପି ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ରାଜନୀତିରେ ଏବଂ ଦେଖିବାକୁ ମିଳିଛି ନୂଆ ଟ୍ରେଣ୍ଡ ! ପ୍ରତି ସପ୍ତାହରେ ଚାଲିଛି ବିଜେପି ର ମିଶ୍ରଣ ପର୍ବ ! ବିଜେପି ବିଧାୟକ ପ୍ରାର୍ଥୀ ତୁଷାରକାନ୍ତ ଙ୍କ ନେତୃତ୍ୱରେ ବିଭିନ୍ନ ପଞ୍ଚାୟତର କର୍ମୀ ବିଜେପି ରେ ମିଶୁଛନ୍ତି ! ତେବେ ବିଜେପି ର ଅନ୍ୟ ସମାନ୍ତରାଳ ସଂଗଠନ ର ନେତା ଶୁଭ୍ରାଂଶୁ ମୋହନ ପାଢୀ କେବଳ ବିଭିନ୍ନ କାର୍ଯ୍ୟକ୍ରମରେ ଅତିଥି ହେବାରେ ସିମୀତ ହୋଇ ରହିଛନ୍ତି ! ଅନ୍ୟ ବିଜେପି ନେତା ଅଜୟ ସ୍ୱାଇଁ , ସୁବଳ ବେହେରା , ଉତ୍କଳମଣି ମନ୍ତ୍ରୀ ନିର୍ବାଚନ ପରଠାରୁ ଦୃଶ୍ୟ ପଟରୁ ଗାଏବ କହିଲେ ଚଳେ ! କାଁ ଭାଁ ଫେସବୁକ ରେ ଦଳୀୟ ନେତାଙ୍କ ସହ ଯାହା ଫଟୋରେ ଦେଖା ଯାଉଛନ୍ତି ! ତେବେ ତିନି ଦିନ ତଳେ ପଶ୍ଚିମ ବାଙ୍କୀ ର ଜଗନ୍ନାଥପୁର ପଞ୍ଚାୟତରେ ହୋଇଥିବା ମିଶ୍ରଣ ପର୍ବକୁ ନେଇ ଟିକେ ଭିନ୍ନ ଆଲୋଚନା ଦେଖିବାକୁ ମିଳିଛି ! ଲୋକେ କହୁଛନ୍ତି ମଉକା ଦେଖି ଚୌକା ମାରିଦେଲେ ବାଙ୍କୀ ବିଜେପି ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀ ! ପଞ୍ଚାୟତର ଖଇରୀପଙ୍ଗା ଗ୍ରାମରେ ଏକ ଚୋରୀ ଘଟଣାକୁ ନେଇ ଖଟ ବୁଲା ଏବଂ ପରେ ସେଠାରେ ସାମ୍ବାଦିକ ଓ ପୁଲିସ କୁ ଆକ୍ରମଣ ନେଇ ବୈଦେଶ୍ଵର ଥାନାରେ ତିନୋଟି ମାମଲା ରୁଜୁ ହୋଇଛି ! ଉକ୍ତ ଗ୍ରାମଟି ପ୍ରାୟ ବିଜେଡି ସମର୍ଥିତ ହୋଇଥିବା ସମୟରେ କେଶ ରେ ଦଳୀୟ ନେତା ବୋଧେ ମୁଣ୍ଡ ପୁରାଇଲେ ନାହିଁ ! ଏ ମଧ୍ୟରେ ପୁଲିସ ଚାରି ଜଣଙ୍କୁ ଗିରଫ କରିଥିବା ବେଳେ ବହୁ ଅଭିଯୁକ୍ତ ଫେରାର ଅଛନ୍ତି ! ତେବେ ମାମଲାରେ ସହଯୋଗ ପ୍ରତିଶ୍ରୁତି ଦେଇ ସେହି ପଂଚାୟତରେ ବିଜେପି ନେତା ମିଶ୍ରଣ ପର୍ବ କରିଥିବାର ଆଲୋଚନା ହେଉଛି ! ସୂଚନା ଅନୁଯାୟୀ କଥା ଆଇନ ମନ୍ତ୍ରୀଙ୍କ ଯାଏଁ ମଧ୍ୟ ଗଲାଣି ! ଅନ୍ୟ ପକ୍ଷରେ ଘଟଣାକୁ ନେଇ କଟକ ଗ୍ରାମାଞ୍ଚଳ ଏସପି କହିଛନ୍ତି କେବଳ ସାମ୍ବାଦିକ ନୂହେଁ , ପୁଲିସ ର ମଧ୍ୟ ମୁଣ୍ଡ ଫାଟିଛି ! କାହାର ହସ୍ତକ୍ଷେପ ବରଦାସ୍ତ କରାଯିବ ନାହିଁ ! ଆଗକୁ କଣ ହେଉଛି ତାହା ଉପରେ ଆମ ନଜର !

Exit mobile version