Site icon Awaj Media

ହିନ୍ଦୋଳ ବ୍ଲକ ନୁଆବଗ ପଞ୍ଚାୟତ ରେ ହାତୀ ଆକ୍ରମଣରେ ଯୁବକ ମୃତ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ହାତୀ ଆକ୍ରମଣରେ ଯୁବକ ମୃତ l ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ନୁଆବଗ ପଞ୍ଚାୟତର ବାଘଧରିଆ ଗ୍ରାମର ବିପିନ ଗଡନାୟକ ଅପରାହ୍ନ ୪ ଘଟିକା ସମୟରେ ଗ୍ରାମ ନିକଟରେ ଥିବା ସ୍କୁଲ ନିକଟକୁ ଯାଉଥିବା ବେଳେ ହାତୀ ସହ ମୁହାଁ ମୁହିଁ ହେବା ଫଳରେ ହାତୀ ତାଙ୍କୁ ଶୁଣ୍ଢରେ କଚାଡି ଦେଇଥିଲା ! ଫଳରେ ତାଙ୍କ ଛାତି ରେ ଗୁରୁତର ଆଘାତ ହୋଇଥିଲା l ତେଣୁ ତାଙ୍କୁ ସଙ୍ଗେ ସଙ୍ଗେ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟକୁ ୧୦୮ ଆମ୍ବୁଲାନ୍ସ ରେ ଆଣିଥିଲେ ଓ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ଜିଲ୍ଲା ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିଲା ଓ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା l ପୋଷ୍ଟ ମର୍ଟମ୍ ହେଲା ପରେ ତାଙ୍କ ଘରକୁ ଆଣିଥିଲେ ମଧ୍ୟ ହିନ୍ଦୋଳ ବନାଞ୍ଚଳ ଅଧିକାରୀ କିମ୍ବା ବନ ବିଭାଗ କର୍ମଚାରୀ ଏପର୍ଯ୍ୟନ୍ତ ପହଞ୍ଚି ନଥିବାରୁ ପରିବାର ଲୋକ ଓ ଗ୍ରାମବାସୀ ମାନେ ଶବ କୁ ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରିଥିଲେ ମଧ୍ୟ ବନ ବିଭାଗ ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ମାନେ ଘଟଣାସ୍ଥଳରେ ପହଂଚି ନ ଥିବାରୁ ସେଠାରେ ଲୋକ ମାନେ ଉତ୍ୟକ୍ତ ହୋଇ ରହିଥିଲେ l

Exit mobile version