Site icon Awaj Media

ଜାତୀୟ ଜୁନିୟର କରାଟେ ପ୍ରତିଯୋଗିତାରେ ରୋହନ ଙ୍କୁ କାଂସ୍ୟ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚଳିତ ମାସ ୧୨ ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିଥିବା ୪ର୍ଥ (କିଓ) ଜାତୀୟ ଜୁନିୟର କରାଟେ ପ୍ରତିଯୋଗିତା ଉତ୍ତରାଖଣ୍ଡ ର ଡେରାଦୁନ୍ ଠାରେ ଉଦଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତା ରେ ଖୋର୍ଦ୍ଧା ଜିଲ୍ଲା ରୁ ୫ ଜଣ ପ୍ରତିଯୋଗୀ ଓଡ଼ିଶା ରାଜ୍ୟ ରୁ ପ୍ରତିନିଧିତ୍ଵ କରିଥିଲେ । ବାଲୁଁଗା ଉତ୍କଳ କରାଟେ ସ୍କୁଲ ର କରାଟେକା ରୋହନ ସ୍ୱାଇଁ ୧୩ ବର୍ଷ +୬୫ କେଜି ବର୍ଗ ରେ କାଂସ୍ୟ ପଦକ ହାସଲ କରିଛନ୍ତି । ଏହା ଥିଲା ତାଙ୍କର ପ୍ରଥମ ଜାତୀୟ ପ୍ରତିଯୋଗୀତା । କୋଚ୍ କ୍ୟୋସି ଦୀପକ କୁମାର ସାମନ୍ତରା କୁହନ୍ତି , ଏବେଠାରୁ ଆହୁରି ନୂତନ ପ୍ରକାରର ପ୍ରଣାଳୀ ରେ ଟ୍ରେନିଂ କରାଇ ଆସନ୍ତା ଦିନ ମାନଙ୍କରେ ହେବାକୁ ଥିବା ପ୍ରତିଯୋଗିତା ରେ ଭଲ ପ୍ରଦର୍ଶନ କରିବେ । ରୋହନ ଙ୍କ ଏହି ସଫଳତା ପାଇଁ ରାଜ୍ୟ କରାଟେ ସଂଘ ର ଅଧକ୍ଷ ହାନସି ଡ. ହରି ପ୍ରସାଦ ପଟ୍ଟନାୟକ, ସମ୍ପାଦକ ଡ. ଗୌରୀ ମହାନ୍ତି,ପରିବାର ବର୍ଗ, ସ୍କୁଲ ର ଶିକ୍ଷକ ଶିକ୍ଷୟତ୍ରୀ , ଅଞ୍ଚଳ ର କ୍ରୀଡ଼ାପ୍ରେମୀ ଓ ଜିଲ୍ଲା କରାଟେ ସଂଘ ର ସମ୍ପାଦକ ଦୀପକ କୁମାର ସାମନ୍ତରା ଶୁଭେଛା ଜଣାଇଛନ୍ତି ।

Exit mobile version