Site icon Awaj Media

ପଦ୍ମପୁର ଉପଖଣ୍ଡ ସ୍ତରୀୟ ବିକାଶ ମେଳା ଅନୁଷ୍ଠିତ !!!

Spread the love

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ପଦ୍ମପୁର ଉପଖଣ୍ଡ ସ୍ତରୀୟ ବିକାଶ ମେଳା ଅନୁଷ୍ଠିତ ହୋଇଛି । ପଦ୍ମପୁର ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ପରିସରରେ ଭାରତୀୟ ଜନତା ପାର୍ଟିର ଡବଲ ଇଞ୍ଜିନ ସରକାରଙ୍କ ଦ୍ଵାରା ଆଜି ବର୍ଷ ଏକ – ଉପଲବ୍ଧି ଅନେକ ବିକାଶ ମେଳା ରେ ମୁଖ୍ୟ ଅତିଥି ଭାବରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ଆଦିତ୍ୟ ଗୟେଲ,ଅତିରିକ୍ତ ଜିଲ୍ଲାପାଳ ମୃଣାଳ ମୋତିରାମ ଚୌହାନ ଆଦି ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଯୋଗ ଦେଇଥିଲେ। ଏକ ବର୍ଷରେ ଓଡ଼ିଶାରେ ଡବଲ ଇଞ୍ଜିନ ବିଜେପି ସରକାରଙ୍କ ବିକାଶ ଧାରା ଉପରେ ଆଲୋକପାତ କରି ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ମାଁ ମାନଙ୍କ ସୁଭଦ୍ରା ଯୋଜନା ଠାରୁ ଆରମ୍ଭ କରି ଚାଷୀ ମାନଙ୍କ ଧାନ ମୂଲ୍ୟ ବୃଦ୍ଧି ଆଦି ଉପରେ ବକ୍ତଵ୍ୟ ପ୍ରଦାନ କରିଥିଲେ। ସାଂସଦ ପ୍ରଦୀପ ପୁରୋହିତ ଡବଲ ଇଞ୍ଜିନ ସରକାରଙ୍କ ଜନହିତକର କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଜେପି ସରକାର ଏକ ବର୍ଷରେ କରିଥିବା ଜନହିତକର କାର୍ଯ୍ୟ ଓ ପଦ୍ମପୁର ଉପଖଣ୍ଡରେ ନୂତନ ଯୋଜନା ଉପରେ ଦିଶା ପ୍ରଦାନ କରିଥିଲେ। ଏ ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ମହିଳା ଓ ପୁରୁଷ ଙ୍କୁ ସମ୍ମାନିତ କରା ଯାଇଥିଲା।

Exit mobile version